Odisha Link
Bridging the Missing Links in Odisha

ବୈଜୟନ୍ତଙ୍କ ଅଭିଯୋଗ: ବଲିଉଡ୍‌ର ପାକିସ୍ତାନ ଲିଙ୍କ୍

ଭୁବନେଶ୍ବର: ପାକିସ୍ତାନ ସହ ରହିଛି ବଲିଉଡର ସମ୍ପର୍କ। ହିନ୍ଦୀ ସିନେମା ଜଗତର କିଛି କଳାକାର ପାକିସ୍ତାନୀ ଓ ପ୍ରବାସୀ ଭାରତୀୟଙ୍କ ସହ ସମ୍ପର୍କରେ ରହି ଜମ୍ମୁ କଶ୍ମୀରରେ ହିଂସାକୁ ଉତ୍ସାହିତ କରୁଛନ୍ତି। ଏମାନଙ୍କର ପାକିସ୍ତାନ ସେନା ବାହିନୀ ଓ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ ଆଇ ସହ ସମ୍ପର୍କ ରହିଛି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଊପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।

ଟୁଇଟ କରି ବଲିଉଡ-ପାକିସ୍ତାନ ସମ୍ପର୍କର ଗୁମର ନେଇ କିଛି ଚମକେଇ ଦେଲା ଭଳି ତଥ୍ୟ ପାଇଥିବା ଦାବି କରିଛନ୍ତି ବୈଜୟନ୍ତ। କିଛି କଳାକାରଙ୍କ ପାକିସ୍ତାନ ସହ ବ୍ୟକ୍ତିଗତ ଓ ବ୍ୟାବସାୟିକ ସମ୍ପର୍କ ଥିବା ସେ ଏହି ଟୁଇଟରେ ଉଲ୍ଲେଖ କରିଛନ୍ତି। ବୈଜୟନ୍ତ କାହାର ନାମ ନେଇ ନଥିବା ବେଳେ ଏଭଳି ବ୍ୟକ୍ତିଙ୍କୁ ପ୍ରତ୍ୟାଖାନ କରିବାକୁ ବଲିଉଡ କଳାକାରଙ୍କୁ ଅନୁରୋଧ କରିଛନ୍ତି।

Comments are closed.