Odisha Link
Bridging the Missing Links in Odisha

ସେନାକୁ ମିଳିଲା ସ୍ବଦେଶୀ ମିଶାଇଲ “ଧ୍ରୁବାସ୍ତ୍ର”, ଶତ୍ରୁପକ୍ଷକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାର ରହିଛି କ୍ଷମତା

ନୂଆଦିଲ୍ଲୀ: ଚୀନ ଓ ନେପାଳ ପରି ପଡ଼ୋଶୀ ଦେଶ ଭାରତୀୟ ସୀମାରେ ସୀମା ବିବାଦ ଉପୁଜଉଛନ୍ତି। ଏସବୁ ମଧ୍ୟରେ ଭାରତୀୟ ସେନା ନିଜର ଶକ୍ତିକୁ ବୃଦ୍ଧି କରିବାରେ ଲାଗିଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ଦେଶର ସେନା ବାହିନୀକୁ ଅଧିକରୁ ଅଧିକ ମଜବୁତ କରାଯାଉଛି। ଭାରତୀୟ ସେନାକୁ ମିଳିଲା ବଡ଼ ସଫଳତା। ସେନାର ଶକ୍ତିରେ ଆଉ ଏକ ନାମ ଯୋଡ଼ି ହୋଇଛି। ସେହି ଶକ୍ତିର ନାମ ହେଉଛି ଆଣ୍ଟି ଟ୍ୟାଙ୍କ “ଧ୍ରୁବାସ୍ତ୍ର” ମିଶାଇଲ। ନିକଟରେ ଏହି ମିଶାଇଲର ସଫଳ ପରୀକ୍ଷଣ ହୋଇଛି। “ଧ୍ରୁବାସ୍ତ୍ର” ମିଶାଇଲ ସମ୍ପୂର୍ଣ୍ଣ ଭାବେ ମେକ୍‌ ଇନ୍‌ ଇଣ୍ଡିଆ ଓ ଶତ୍ରୁପକ୍ଷକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାର କ୍ଷମତା ରଖିଛି।

ଓଡ଼ିଶାର ବାଲେଶ୍ବରରେ ଜୁଲାଇ ୧୫-୧୬ରେ ଏହି ମିଶାଇଲର ପରୀକ୍ଷଣ ହୋଇଥିଲା। ସଫଳ ପରୀକ୍ଷଣ ପରେ ଏହା ଭାରତୀୟ ସେନାକୁ ହସ୍ତାନ୍ତର କରିଦିଆଯିବ। ଏହି ମିଶାଇଲର ବ୍ୟବହାର ଭାରତୀୟ ସେନାର ଧ୍ରୁବ ହେଲିକାପ୍ଟର ସହ କରାଯିବ। ଯାହାଫଳରେ ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବ। ସୂଚନାଥାଉକି, ଧ୍ରୁବାସ୍ତ୍ରର ଯେଉଁ ପରୀକ୍ଷଣ କରାଯାଇଛି ତାହା ବିନା ହେଲିକାପ୍ଟରରେ କରାଯାଇଛି। ପ୍ରଥମେ ଏହି ମିଶାଇଲର ନାମ ନାଗ ଥିଲା ପରେ ତାଙ୍କ ବଦଳାଇ ଧ୍ରୁବାସ୍ତ୍ର ରଖାଯାଇଛି।

ଏହି ଧ୍ରୁବାସ୍ତ୍ର ମିଶାଇଲ ସମ୍ପୂର୍ଣ୍ଣ ସ୍ୱଦେଶୀ ଏବଂ ଏହାର ଲକ୍ଷ୍ୟଭେଦ କ୍ଷମତା ୪ କିଲୋମିଟର।ଏହା କୌଣସି ଟ୍ୟାଙ୍କକୁ ନଷ୍ଟ କରିପାରେ। ଧ୍ରୁଭ ଚପର ମଧ୍ୟ ସମ୍ପୂର୍ଣ୍ଣ ସ୍ୱଦେଶୀ ହେଲିକପ୍ଟର ଏଭଳି ପରିସ୍ଥିତିରେ DRDO ଏବଂ ସେନା ପାଇଁ ଏହା ଏକ ବଡ ସଫଳତା ଭାବରେ ବିବେଚନା କରାଯାଉଛି କାରଣ ବର୍ତ୍ତମାନ ଏହିପରି କ୍ଷେପଣାସ୍ତ୍ର ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ରହିବ ନାହିଁ।

Comments are closed.