Odisha Link
Bridging the Missing Links in Odisha

ଗେହଲଟଙ୍କ ଭାଇଙ୍କ ଘରେ ପଶିଲା ଇଡି

ଜୟପୁର: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଭାଇଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପଶିଛି। ଏକ ସାର ଦୁର୍ନୀତି ମାମଲାରେ ଇଡି ଅଧିକାରୀମାନେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭାଇ ଅଗ୍ରେସେନ ଗେହଲଟଙ୍କ ଘର ଓ ଫାର୍ମ ହାଉସରେ ଚଢ଼ାଉ କରିଛି। ଏପରି କି ଗେହଲଟଙ୍କ କିଛି ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିବା ସୂଚନା ମିଳିଛି।

ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ଇଡିର ଏପରି ଅଚାନକ ଚଢ଼ାଉ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜସ୍ଥାନରେ ସରକାର ଭାଙ୍ଗିବାକୁ ବିଜେପି ଷଡ଼ଯନ୍ତ୍ର କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏପରି ସ୍ଥଳେ ମୁଖ୍ୟମନ୍ତ୍ରୀ ଗେହଲଟ ସଚିନ ପାଇଲଟ୍‌ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଥିବାରୁ ଏହାକୁ ଦବାଇବା ପାଇଁ କେନ୍ଦ୍ର ସରକାର ଇଡିକୁ ବ୍ୟବହାର କରୁଥିବା ଅଭିଯୋଗ ହେଉଛି।

Comments are closed.