ରାଜଧାନୀରେ ଅଣାୟତ୍ତ କରୋନା, ଅଟାକଳ ସୁପରସ୍ପ୍ରେଡର

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଅଣାୟତ୍ତ କରୋନା ସଂକ୍ରମଣ। ଦିନକୁ ଦିନ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ। ଆଜି ଭୁବନେଶ୍ୱରରରୁ ୧୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ। ସେମଧ୍ୟରୁ ୩୩ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଥିବା ବେଳେ ୯୩ ଜଣ କ୍ବାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ବିଏମ୍ସି ପାଇଁ ଚିନ୍ତାର କାରଣ ପାଲଟିଛି ମଞ୍ଚେଶ୍ବର ଅଞ୍ଚଳରେ ଥିବା ଅଟାକଳ। ଗତକାଲି ଅଟାକଳରୁ ୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଆଜି ଅଟାକଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୪୯, ୨୬, ୨୬,୨୨, ୨୫, ୫୩,୨୫, ୩୫, ୫୧, ୨୦, ୨୩, ୨୧, ୪୦, ୪୩, ୫୦, ୬୫, ୩୧,୨୨, ୩୮,୨୯,୩୦,୨୩, ୩୩,୪୯,୩୩, ୪୩,୫୧,୨୨,୨୪,୨୬,୫୦,୪୨,୩୫,୨୭,୧୮ ବର୍ଷ ହୋଇଥିବା ବେଳେ ସମସ୍ତେ ପୁରୁଷ ବୋଲି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ସେହିପରି ଜଣେ ପୁରୁଣା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଭୁବନେଶ୍ବରର ସପ୍ତମ ବଟାଲି୍ଅନ୍ ଅଞ୍ଚଳରେ ୯ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 23rd July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/Pc8jkIQAJT— BMC (@bmcbbsr) July 23, 2020
Comments are closed.