Odisha Link
Bridging the Missing Links in Odisha

୨ୟ ଥର ପାଇଁ ପିଜି ଓ ୟୁଜି ପରୀକ୍ଷା ନକରିବାକୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିିତି ଅଣାୟତ୍ତ। ଏପରି ସମୟରେ ପିଜି ଓ ୟୁଜିର ଶେଷ ବର୍ଷ ପରୀକ୍ଷା ହେବ ନା ନାହିଁ ସେ ନେଇ ଦ୍ବନ୍ଦରେ ରାଜ୍ୟର ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ। କରୋନା ସଂକ୍ରମଣକୁ ନଜରରେ ରଖି ପୂର୍ବରୁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିବାକୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଅବଗତ କରିଥିଲା। ଏନେଇ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଜୁଲାଇ ୯ରେ ଏକ ଚିଠି ଲେଖିଥିଲେ। ହେଲେ ଏନେଇ ମାନବ ସମ୍ବଳ ବିଭାଗ ପକ୍ଷରୁ କୌଣସି ଉତ୍ତର ମିଳି ପାରିନାହିଁ।

ଆଜି ପୁଣିଥରେ ମନ୍ତ୍ରୀ ଅରୁଣ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ୨ୟ ଥର ପାଇଁ ଚିଠି ଲେଖିଛନ୍ତି। ଅରୁଣ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କୋଭିଡ ପାଇଁ ଉଭୟ ଅନଲାଇନ କି ଅଫଳାଇନ ପରୀକ୍ଷା ହୋଇ ପାରିବ ନାହିଁ। ରାଜ୍ୟରେ ସବୁ ପିଲାଙ୍କ ପାଖରେ ଡେସ୍କଟପ୍ କିମ୍ବା ଲାପଟପ୍ ନାହିଁ। ଏପରିକି ସ୍ମାର୍ଟ ଫୋନ ବି ନଥିବା ଜଣାପଡିଛି। ଅଧିକାଂଶ ଛାତ୍ରଛାତ୍ରୀ ଗ୍ରାମଞ୍ଚଳର ହୋଇଥିବାରୁ ଇଣ୍ଟରନେଟ ସଂଯୋଗ ହୋଇପାରିବ ନାହିଁ। ତେଣୁ ଅନଲାଇନ ପରୀକ୍ଷା କରେଇବା ଅସମ୍ଭବ। ସେହିଭଳି ହଷ୍ଟେଲ ଓ କଲେଜ ଆସି ବର୍ତ୍ତମାନ ସମୟରେ ପରୀକ୍ଷା ମଧ୍ୟ ଦେବା ଅସମ୍ଭବ।

ଏପରି ହେଲେ ପିଲାଙ୍କ ପରିବାର ସଦସ୍ୟଙ୍କ ପ୍ରତି ବିପଦ ରହିଛି। ହଷ୍ଟେଲରେ ରହିବା ସହଜ ନୁହେଁ। ଅନେକ କଲେଜରେ କୋଭିଡ ସେଣ୍ଟର କରାଯାଇଛି। ଏସବୁ ଦୃଷ୍ଟିରୁ ବିକଳ୍ପ ବ୍ୟବସ୍ଥା ବାହାର କରି ଶେଷ ବର୍ଷ ମୂଲ୍ୟାୟନ କରିବାକୁ ଅରୁଣ ପୁଣି ଚିଠି ମାଧ୍ୟମରେ କେନ୍ଦ୍ରକୁ ଜଣାଇଛନ୍ତି।

Comments are closed.