Odisha Link
Bridging the Missing Links in Odisha

ରାଜସ୍ଥାନ ରାଜନୀତି: ରାଜ୍ୟପାଳ ଡାକିଲେ ବିଧାନସଭା ଅଧିବେଶନ

ଜୟପୁର: ରାଜସ୍ଥାନ ରାଜନୈତିକ ନାଟକରେ ନୂଆ ମୋଡ଼। ଚାଲିଥିବା ହାଇଭୋଲଟେଜ ଡ୍ରାମା ମଧ୍ୟରେ ରଜ୍ୟପାଳ କଲରାଜ ମିଶ୍ର ଡାକିଛନ୍ତି ବିଧାନସଭା ଅଧିବେଶନ। ରାଜ୍ୟ କ୍ୟାବିନେଟ ପକ୍ଷରୁ ରାଜ୍ୟପାଳ କଲରାଜ ମିଶ୍ର ଅଧିବେଶନ ଡାକିଛନ୍ତି। ଏଥିସହ ବିଧାନସଭା ବିଳମ୍ବରେ ହେଉ ବୋଲି ରାଜ୍ୟପାଳ ଚାହୁଁଥିବା କଥାକୁ ଅସ୍ୱୀକାର କରିଛନ୍ତି।

କଂଗ୍ରେସ ଓ ମୁଖ୍ୟମନ୍ତ୍ରୀଙ୍କ  ଅଭିଯୋଗ ପରେ ରାଜ୍ୟପାଳ ଅଧିବେଶନ ଡାକିବା ସହ ନୋଟିଫେକସନ୍ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଜୁଲାଇ ୩୧ ତାରିଖରୁ ଗୃହ ଆରମ୍ଭ ନେଇ ଅନୁରୋଧ କରିଥିବା ବେଳେ ରାଜ୍ୟପାଳ ଏହାକୁ ଖାରଜ କରି ସକାଳେ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ। କରୋନା ଭାଇରସକୁ ଆଳ କରି ରାଜ୍ୟପାଳ ଏତେ କମ୍ ସମୟ ମଧ୍ୟରେ ଗୃହକୁ ସମସ୍ତ ବିଧାୟକଙ୍କୁ ଡାକିବା ଅସମ୍ଭବ କହିଥିଲେ।

ଏହାପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ ଯେ, ରାଜ୍ୟପାଳ କାଲରାଜ ମିଶ୍ରଙ୍କ କାର୍ଯ୍ୟକୁ ନେଇ ପିଏମ୍‌ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା କରିଥିଲି। ସେ ଆହୁରି କହିଥିଲେ ଯେ, ସାତ ଦିନ ପୂର୍ବରୁ ଲେଖିଥିବା ଚିଠିକୁ ନେଇ ମୋଦିଙ୍କ ସହ ଆଲୋଚନା କରିଛି।

Comments are closed.