ବଡ଼ ଖବର: ରାଜ୍ୟରେ ୨୮ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଆଜି ରାଜ୍ୟର ୨୮ଟି ଜିଲ୍ଲାରୁ ଆଉ ୧୨୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮,୧୦୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୫୩ ଜଣ କ୍ବାରାଣ୍ଟିନ୍ ସେଣ୍ଟରରୁ ହୋଇଥିବା ବେଳେ ୪୬୨ ଜଣ ସ୍ଥାନୀୟ ବାସିନ୍ଦା। ସବୁଦିନ ପରି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ୩୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତା ପଛକୁ ଖୋର୍ଦ୍ଧାରୁ ୩୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ଅନୁଗୁଳ ଜିଲ୍ଲାରୁ ୧୧, ବାଲେଶ୍ଵର ୨୯, ବରଗଡ଼ ୧୦, ଭଦ୍ରକ ୨, ବଲାଙ୍ଗିର ୨୧, ବୌଦ୍ଧ ୨, କଟକ ୬୦, ଦେବଗଡ଼ ୧ ଓ ଢେଙ୍କାନାଳରୁ ୧ ଲେଖାଏ, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ୨ ଲେଖାଏ, ଗଜପତି ୮୯ ଏବଂ ଜଗତସିଂହପୁର ଜିଲାରୁ ୪୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଯାଜପୁର ଜିଲ୍ଲାରୁ ରୁ ୨୦, କଳାହାଣ୍ଡିରୁ ୮, କନ୍ଧମାଳ, କେନ୍ଦ୍ରାପଡ଼ା ଓ ମାଲକାନଗିରିରୁ ୧୪ ଲେଖାଏ, କନ୍ଦେୁଝରରୁ ୭୭, ମୟୂରଭଞ୍ଜରୁ ୨୨, ନୟାଗଡ଼ରୁ ୭, ନୂଆପଡ଼ାରୁ ୮, ପୁରୀରୁ ୧୧ ଏବଂ ରାୟଗଡ଼ାରୁ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 27th July
New Positive Cases: 1215
In Quarantine: 753
Local Contacts: 462(Details of local contacts will be shared by concerned District Administration)
District Wise Cases
1. Angul: 11
2. Balasore: 29
3. Bargarh: 10
4. Bhadrak: 2
5. Balangir: 21— I & PR Department, Odisha (@IPR_Odisha) July 28, 2020
Comments are closed.