ନୂଆ ଶିକ୍ଷାନୀତିକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି କ୍ୟାବିନେଟ ବୈଠକ। ବୈଠକରେ ନୂଆ ଶିକ୍ଷାନୀତିକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ନୂଆ ଶିକ୍ଷାନୀତିର ସବିଶେଷ ବିବରଣୀ ଆଜି ପ୍ରକାଶ ପାଇବ। ୧୯୮୬ ମସିହାରେ ଆସିଥିବା ଶିକ୍ଷା ନୀତି ୧୯୯୨ରେ ସଂଶୋଧନ କରାଯାଇଥିଲା। ଦୀର୍ଘ ୨୮ ବର୍େ ପରେ କେନ୍ଦ୍ର ସରକାର ଆଣିଲେ ନୂଆ ଶିକ୍ଷା ନୀତି। ଏହି ନୀତି ଅଧୀନରେ ଦେଶରେ ଶିକ୍ଷା ପଦ୍ଧତିରେ ପରିବର୍ତ୍ତନ କରାଯିବ। ଏହାଦ୍ବାରା କେବଳ ନୂତନ ଶିକ୍ଷା ଗ୍ରହଣ କରିବାର ସୁଯୋଗ ମିଳିବ ନାହିଁ, ବରଂ ଚାକିରି କରିବା ସହଜ ହେବ।
ଅପରପକ୍ଷେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ବଦଳି ନୂଆ ନାଁ ‘ଶିକ୍ଷା ମନ୍ତ୍ରଣାଳୟ’କୁ କ୍ୟାବିନେଟ ମଞ୍ଜୁରି। ସମସ୍ତ ଉଚ୍ଚଶିକ୍ଷା ପାଇଁ ରହିବ ଗୋଟିଏ ରେଗୁଲେଟୋରୀ ଅଥରିଟି ‘ନେସନାଲ ହାୟର ଏଜୁକେସନ ରେଗୁଲେଟୋରୀ ଅଥରିଟି ରହିବ।