Odisha Link
Bridging the Missing Links in Odisha

୨୬ ବର୍ଷ ପରେ ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ: ଦୀର୍ଘ ୨୬ବର୍ଷ ପରେ ପରେ ଚଳିତ ବର୍ଷ ପଡ଼ୁଛି ମହାପ୍ରଭୁଙ୍କ ବହୁ ପ୍ରତୀକ୍ଷିତ ନାଗାର୍ଜୁନ ବେଶ। ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ମହପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ମିଳିବ। ଚଳିତ ବର୍ଷ କାର୍ତ୍ତିକ ମାସରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ। ଦୀର୍ଘ ୨୬ ବର୍ଷ ପରେ ଏହି ବେଶ ପଡ଼ୁଥିବାରୁ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ସୂଚନାଥାଉକି, ଶେଷଥର ପାଇଁ ୧୯୯୪ ମସିହାରେ ମହପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହୋଇଥିଲା। ହେଲେ ସେତେବେଳେ ବ୍ୟବସ୍ଥାଗତ ତ୍ରୁଟି ଦେଖିବାକୁ ମିଳିଥିଲା।

ମହାମାରୀ କରୋନ ଭାଇରସ୍‌ ଯୋଗୁଁ ଚଳିତବର୍ଷ ବିଶ୍ବପ୍ରସିଦ୍ଧ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା। ତେଣୁ ନାଗାର୍ଜୁନ ବେଶ ସମୟରେ ମଧ୍ୟ ଭକ୍ତଙ୍କ ସମାଗମକୁ ନେଇ ଅନୁମତି ମିଳିବ ନା ନାହିଁ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ନଭେମ୍ବର ମାସରେ କରୋନା ସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ଅଧିକାରୀ କହିଛନ୍ତି।

Comments are closed.