Odisha Link
Bridging the Missing Links in Odisha

ରାଜସ୍ଥାନ ରାଜନୀତି: ହାଇକୋର୍ଟର ଦ୍ବାରସ୍ଥ ହେଲା BSP

ଜୟପୁର: ରାଜସ୍ଥାନ ରାଜନୀତିରେ ନୂଆ ମୋଡ଼। ବହୁଜନ ସମାଜ ପାର୍ଟି କଂଗ୍ରେସରେ ବିଏସ୍‌ପିର ୬ଜଣ ବିଧାୟକଙ୍କ ମିଶ୍ରଣ ବିରୋଧରେ ହାଇକୋର୍ଟରେ ଆବେଦନ କରିଛି। ବିଏସ୍‌ପି ମହାସଚିବ ସତିଶ ମିଶ୍ର କଂଗ୍ରେସରେ ବିଏସ୍‌ପି ବିଧାୟକଙ୍କ ମିଶ୍ରଣକୁ ବିରୋଧ କରି ହାଇକୋର୍ଟରେ ଏକ ପିଟିଶନ୍‌ ଦାଖଲ କରିଛନ୍ତି।

ବିଏସ୍‌ପି ବିଧାୟକ ଲଖନ ସିଂହ, ରାଜେନ୍ଦ୍ର ସିଂହ ଗୁଢ଼ା, ଦୀପଚନ୍ଦ୍ର ଖୋଡ଼ିଆ, ଜୋଗେନ୍ଦର ସିଂହ, ସନ୍ଦୀପ କୁମାର ଓ ବାଜିବ ଅଲ୍ଲୀ କଂଗ୍ରେସରେ ସାମିଲ ହୋଇ ଯାଇଥିଲେ। କଂଗ୍ରେସରେ ବିଏସ୍‌ପି ବିଧାୟକଙ୍କ ମିଶ୍ରଣକୁ ନେଇ ମାୟାବତୀ ବହୁ ବାର ଅଭିଯୋଗ ମଧ୍ୟ କରି ଆସିଛନ୍ତି।

ଅପରପକ୍ଷେ ଗତକାଲି ବାହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ କହିଥିଲେ ଯେ, ବିଏସପି ପୂର୍ବରୁ ମଧ୍ୟ କୋର୍ଟ ଯାଇଥାନ୍ତୁ କିନ୍ତୁ ଆମେ କଂଗ୍ରେସ ଦଳ ତଥା ସିଏମ ଅଶୋକ ଗେହଲୋଟଙ୍କୁ ଶିକ୍ଷା ଦେବା ପାଇଁ ଉପଯୁକ୍ତ ସମୟ ଖୋଜୁଥିଲୁ। ଏବେ ଆମେ କୋର୍ଟର ଦ୍ବାରସ୍ଥ ହବୋକୁ ସ୍ଥିର କରିଛୁ। ଆମେ ଏହି ବିଷୟକୁ ଏଭଳି ଛାଡ଼ି ଦେବୁ ନାହିଁ ଆମେ ମଧ୍ୟ ସୁପ୍ରିମକୋର୍ଟ ଯିବୁ ବୋଲି ମାୟାବତୀ କହିଛନ୍ତି।

ମାୟବତୀ ଆହୁରି କହିଛନ୍ତି ଯେ, ରାଜସ୍ଥାନ ବିଧାନସଭା ନିର୍ବାଚନ ପରେ ୬ଜଣ ବିଏସପି ବିଧାୟକ ତାଙ୍କୁ ବିନା ସର୍ତ୍ତରେ ସମର୍ଥନ କରିଛନ୍ତି। ଦୁର୍ଭାଗ୍ୟବଶତ ସିଏମ୍ ଗେହଲୋଟ୍ ଅସାମ୍ବିଧାନିକ ଭାବରେ ବିଧାୟକମାନଙ୍କୁ କଂଗ୍ରେସ ସହିତ ମିଶାଇ ତାଙ୍କର ମନ୍ଦ ଉଦ୍ଦେଶ୍ୟରେ ଏବଂ ବିଏସପିକୁ କ୍ଷତି ପହଞ୍ଚାଇବାକୁ ଲାଗିଲେ। ଏପରିକି ସେ ତାଙ୍କର ଶେଷ କାର୍ଯ୍ୟକାଳରେ ମଧ୍ୟ କରିଥିଲେ ବୋଲି ମାୟାବତୀ କହିଛନ୍ତି।

Comments are closed.