Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ମାଟ୍ରିକ୍‌ ରେଜଲ୍ଟ, ପାସ୍‌ ହାର ୭୮.୭୬%

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ। ଭିଡିଓ ରିଲିଜ ଜରିଆରେ ପ୍ରକାଶ ପାଇଲା ପରୀକ୍ଷା ଫଳ। ବିଧିବଦ୍ଧ ଭାବେ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତ ବର୍ଷ ପାସ୍‌ ହାର ୭୮.୭୬% ରହିଛି। ଚଳିତବର୍ଷ ମଧ୍ୟ ପୁଅଙ୍କ ପଛରେ ପକାଇଲେ ଝିଅ। ଝିଅଙ୍କ ପାସ୍‌ ହାର ୮୧.୯୮ ପ୍ରତିଶତ ଥିବାବେଳେ ପୁଅଙ୍କ ପାସ୍‌ ହାର ୭୭.୭% ରହିଛି।

ଏ୧ରେ ୧୨୭୯ ଜଣ ଉତୀର୍ଣ୍ଣ ହୋଇଥିବାବେଳେ ଏ୨ରେ ୮୪୫୮ ଜଣ ପାଶ କରିଛନ୍ତି   ସେହିପରି ବି୧ରେ ୧୮୧୮୮ ଜଣ ପାଶ କରିଥିବାବେଳେ ବି୨ରେ ପାଶ କରିଛନ୍ତି ୩୧୩୨୮ । ସିରେ ୪୯୧୫୩ ଜଣ ପାଶ କରିଥିବା ଜାଣିବାକୁ ମିଳିଛି । ଦିନ ସାଢେ଼ ୧୧ଟାରେ ବୋଡର଼୍ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ ।

ମାଟ୍ରିକ ପରୀକ୍ଷା ଫଳ ୱେବସାଇଟ ଓ ଏସ୍‌ଏମ୍‌ଏସ୍ ଜରିଆରେ ଉପଲବ୍ଧ ହୋଇଛି। ବୋର୍ଡର ୱେବସାଇଟ ‘www.bseodisha.ac.in’ ଓ ‘www.bseodisha.nic.in’ରେ ଛାତ୍ରଛାତ୍ରୀ ମାଟ୍ରିକ ରେଜଲ୍ଟ ଦେଖିପାରିବେ। ସେହିଭଳି OR01<roll no> ଲେଖି ୫୬୭୬୭୫୦କୁ ଏସ୍‌ଏମ୍‌ଏସ୍ କଲେ ଫଳ ଜାଣି ପାରିବେ ।

Comments are closed.