ବିଏମସିର ବଡ଼ ଘୋଷଣା: ରାଜଧାନୀରେ ଖୋଲିବ ସପିଂ ମଲ୍

ଭୁବନେଶ୍ବର: କରୋନା କାଳରେ ଭୁବନେଶ୍ବରବାସୀଙ୍କ ପାଇଁ ବଡ଼ ଖବର। ଭୁବନେଶ୍ୱରରେ ସପିଂ ମଲ୍ ଖୋଲିବା ନେଇ ବିଏମସିର ଅନୁମତି। କରୋନା କଟକଣା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ଭୁବନେଶ୍ୱରର ସବୁ ମଲ୍। ତେବେ ବିଏମସିର ବଡ ନିଷ୍ପତ୍ତି ପରେ ଖୋଲିବ ସପିଂ ମଲ।
ତେବେ ମଲ୍ ପରିସରରେ ଥିବା ଫୁଡ୍ କୋର୍ଟ ଖୋଲିବ ନାହିଁ। ମଲ୍ ଖୋଲିବା ନେଇ ଏସଓପି ଜାରି କରାଯାଇଛି। ମଲ୍ ଭିତରେ ଗେମିଂ ଜୋନ୍, ପିଲାଙ୍କ ଖେଳିବା ସ୍ଥାନ ବନ୍ଦ ରହିବ। ଅଧିକ ଲୋକଙ୍କ ସମାଗମକୁ ବାରଣ କରାଯିବ। ମଲ ଭିତରେ ସାମାଜିକ ଦୂରତା କଟକଣା କଡା ହେବ। ମାସ୍କ ପିନ୍ଧିବା ନେଇ ମଲ କର୍ତ୍ତୃପକ୍ଷ ନିଶ୍ଚିତ କରିବେ। ତେବେ ମଲ ଖୋଲିବା ଖବର ଅନେକଙ୍କୁ ଆଶ୍ୱସ୍ତି ଦେଇଛି।