ତାମିଲନାଡ଼ୁ ରାଜ୍ୟପାଳଙ୍କୁ କରୋନା

ଚେନ୍ନାଇ: ତାମିଲନାଡ଼ୁ ରାଜ୍ୟପାଳ ବନଓ୍ବରିଲାଲ ପୁରୋହିତଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍ ମିଳିଛି। ତାଙ୍କୁ ହୋମ୍ ଆଇସୋଲେସନ୍ରେ ରାଜଭବନରେ ରଖାଯାଇଛି। ଏକ ସସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି।
ପୂର୍ବରୁ ରାଜଭବନର ୮୪ ଜଣ କର୍ମଚାରୀ କରୋନା ସଂକରମିତ ହୋଇଥିଲେ।ଏହାଜଣାପଡ଼ିବା ପରେ ରାଜ୍ୟପାଳ ଜୁଲାଇ ୨୯ ତାରିଖରୁ ହୋମ୍ ଆଇସୋଲେସନ୍ରେ ଥିଲେ। ନିକଟରେ ତାମିଲନାଡ଼ୁର କିଛି ମନ୍ତ୍ରୀ ଓ ବିଧାୟକ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।