Odisha Link
Bridging the Missing Links in Odisha

ଉତ୍ତରପ୍ରଦେଶ ବିଜେପି ସଭାପତିଙ୍କୁ କରୋନା

ଲକ୍ଷ୍ନୌ: ପୂର୍ବତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ କରୋନା ସଂକ୍ରମଣ ହେବା ଜଣାପଡ଼ିବାର କିଛି ସମୟ ପରେ ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ସ୍ବତନ୍ତ୍ର ଦେବ ସିଂହଙ୍କୁ ମଧ୍ୟ ଏହି ମହାମାରୀ ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ନିଜେ ଶ୍ରୀ ସିଂହ ଏ ନେଇ ଟୁଇଟରରେ ଜଣାଇଛନ୍ତି।

ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଂଗରୋଧରେ ରହିବା ସହ ନିଜର କରରୋନା ପରୀକ୍ଷଣ କରାଇନେବାକୁ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି। ତେବେ ସେନିଜେ ହୋମ୍‌ କ୍ବାରାଣ୍ଟିନ୍‌ରେ ଥିବା ଜଣାଇଛନ୍ତି। ଆଜି ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ଥିବା କମଳା ରାଣୀ ବରୁଣ ସ୍ଥାନୀୟ ଏକ ହସ୍ପିଟାଲରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି।

Comments are closed.