ଉତ୍ତରପ୍ରଦେଶ: ୧୧ ମନ୍ତ୍ରୀଙ୍କୁ କରୋନା, ଜଣେ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଇନ ମନ୍ତ୍ରୀ ବ୍ରଜେଶ ପାଠକ ଆଜି କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ଟୁଇଟ୍ କରି ଜଣାଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜର ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି। ପାଠକଙ୍କୁ ମିଶାଇ ରାଜ୍ୟରେ ଏଯାବତ୍ ୧୧ ଜଣ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।
ଉତ୍ତରପ୍ରଦେଶ ବୈଷୟିକ ଶିକ୍ଷାମନ୍ତ୍ରୀ କମଳରାଣୀ ବରୁଣଙ୍କର ତିନିଦିନ ତଳେ ମୃତ୍ୟୁ ହୋଇଥିଲା। ଏହା ଭିନ୍ନ ରାଜ୍ୟ ମନ୍ତ୍ରିମଣ୍ଡଳର ଆଉ ୯ ଜଣ ସଦସ୍ୟ ମହେନ୍ଦ୍ର ସିଂହ, ଯୋଗେନ୍ଦ୍ର ସିଂହ, ଦେବେନ୍ଦ୍ର ପ୍ରତାପ ସିଂହ, ରାଜେନ୍ଦ୍ର ପ୍ରତାପ ସିଂହ, ଧରମ ସିଂହ ସାଇନି, ଚେତନ ଚୌହାନ, ଉପେନ୍ଦ୍ର ତିଓ୍ବାରୀ, ରଘୁରାଜ ସିଂହ ଓ ଜୟପ୍ରତାପ ସିଂହ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।
ଉତ୍ତରପ୍ରଦେଶରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟଶ ୧ ଲକ୍ଷ ଅତିକ୍ରମ କରିଥିବା ବେଳେ ତଦ୍ଜନିତ ମୃତ୍ୟୁ ସଂଖ୍ୟା ୧,୮୧୭ରେ ପହଞ୍ଚିଛି।