ଖୋଲିବନି ନନ୍ଦନକାନନ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷେ ରାଜ୍ୟରେ ଲାଗୁ ହୋଇଛି ଅନଲକ-୩ କଟକଣା। ଯାହାଫଳରେ କିଛି ଟା ଉପରେ କଟକଣା ଲାଗିଥିବା ବେଳେ ଆଉ କେତେକାଂଶ ଉପରୁ କଟକଣା ହଟା ଦିଆଯାଇଛି। ଏପରିକି ମଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର। ଏସବୁ ମଧ୍ୟରେ ନନ୍ଦନକାନନ ଖୋଲିବ ନା ନାଇଁ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବା ବେଳେ ଆସିଛି ବଡ଼ ଖବର।
ବର୍ତ୍ତମାନ ସ୍ଥିତିରେ ପର୍ଯ୍ୟଟକଙ୍କ ପାଇଁ ଏବେ ନନ୍ଦନକାନନ ଖୋଲିବ ନାହିଁ। ବର୍ଷା ଦିନରେ ନନ୍ଦନକାନନ ଖୋଲିବା ସମ୍ଭାବନା ନଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। କରୋନା ସ୍ଥିତି ଠିକ ରହିଲେ ଅକ୍ଟୋବରରେ ଖୋଲିବା ନେଇ ନିଷ୍ପତ୍ତି ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
Comments are closed.