Odisha Link
Bridging the Missing Links in Odisha

ତେଲ ନଦୀରେ ବୁଡ଼ି ୩ ଶିଶୁ ମୃତ

ଉମରକୋଟ: ଉମରକୋଟର ତୋହରା କୋଟଲଡିହି ଗାଁ ନିକଟ ତେଲ ନଦୀରେ ଘଟିଛି ଅଭାବନୀୟ ଘଟଣା। କରୋନା ସମୟରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ନଦୀରେ ବୁଡ଼ି ୩ ଜଣ ନିଷ୍ପାପ ଶିଶୁଙ୍କ ମୃତ୍ୟୁ ଘଟିଛି । ତେଲ ନଦୀରେ ବୁଡ଼ି ଯାଇ ଶିଶୁମାନଙ୍କ ମୃତ୍ୟୁ ହୋଇଛି।

ମୃତ ୩ ଶିଶୁଙ୍କ ମଧ୍ୟରେ ୨ ଜଣ ଝିଅ ଥିବାବେଳେ ଜଣେ ପୁଅ ଅଛି। ମୃତ ୩ ଶିଶୁଙ୍କ ବୟସ ୪ରୁ ୬ ବର୍ଷ ମଧ୍ୟ ହେବ ବୋଲି ଅନୁମାନ କରାଯାଉଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.