Odisha Link
Bridging the Missing Links in Odisha

ଆତ୍ମହତ୍ୟା କଲେ ଟେଲି ଅଭିନେତା ସମୀର ଶର୍ମା

ମୁମ୍ବାଇ: କରୋନା କାଳରେ ଆଉ ଜଣେ ଟିଭି କଳାକାରଙ୍କ ଆତ୍ମହତ୍ୟା। ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଷ୍ଟାର ସମୀର ଶର୍ମା ଆତ୍ମହତ୍ୟା କରିଛନ୍ତି। ୪୪ ବର୍ଷ ବୟସରେ ନିଜର ଫ୍ଲାଟରେ ସୁଇସାଇଡ କରିଛନ୍ତି ସମୀର। ସମୀର ଏକତା କାପୁରଙ୍କ ସୁପରହିଟ ଶୋ ‘କାହାନୀ ଘର ଘର କି’ ରେ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କ ପ୍ରିୟ ହୋଇ ପାରିଥିଲୋ।

୪୪ବର୍ଷ ବୟସ୍କ ସମୀର ଶର୍ମା ବୁଧବାର ରାତିରେ ପଶ୍ଚିମ ମଲାଡ ସ୍ଥିତ ନେହା ସିଏଚଏସ ବିଲଡିଂରେ ନିଜ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ମଲାଡ ପୋଲିସ କହିବା ଅନୁସାରେ,ସମୀର ଏବର୍ଷ ଫେବୃୟାରୀରେ ଆପାର୍ଟମେଣ୍ଟରେ ଭଡ଼ା ନେଇଥିଲେ। ରାତି ଡ୍ୟୁଟି ସମୟରେ ଜଗୁଆଳ ସମୀର ଶର୍ମାଙ୍କ ଶବ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।

Comments are closed.