Odisha Link
Bridging the Missing Links in Odisha

୪ ଦିନ ସଟ୍‌ଡାଉନ୍‌ ବଲାଙ୍ଗିର ଜିଲ୍ଲା

ବଲାଙ୍ଗିର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲାକୁ ୪ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଆସନ୍ତା ୮ ତାରିଖରୁ ୧୧ ତାରିଖ ଯାଏଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଜିଲ୍ଲାରେ ଦିନକୁ ଦିନକୁ କରୋନା ପଜିଟିଭ ସଂଖ୍ୟା ବଢୁଥିବାରୁ ଜିଲ୍ଲାପାଳ ଜିଲ୍ଲାକୁ ୪ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି।

ସଟଡାଉନବେଳେ ଜିଲ୍ଲା ଭିତରେ ସମସ୍ତ ପରିବହନ କାର୍ଯ୍ୟ ବନ୍ଦ ରହିବ। ଦୋକାନ ବଜାର, ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବ। ତେବେ ମେଡିକାଲ, ଜଳଯୋଗାଣ, ପରିମଳ ଆଦି ଜରୁରୀ ସେବା ଚାଲୁ ରହିବ। ମାଲବାହୀ ଗାଡ଼ି, ଶିଳ୍ପ ପ୍ରତିଷ୍ଠାନ ଓ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି।

ସୂଚନାଥାଉକି, ଆଜି ରାଜ୍ୟରେ ଚିହ୍ନଟ ମୋଟ ୧୬୯୯ ଜଣ କରୋନା ପଜିଟିଭ ମଧ୍ୟରୁ ବଲାଙ୍ଗିରରେ ୨୧ ଚିହ୍ନଟ ହୋଇଛନ୍ତି।

Comments are closed.