Odisha Link
Bridging the Missing Links in Odisha

୬ ନୂଆ ଥାନା ଓ ୯୦୫ ନୂଆ ପୁଲିସ ପଦବୀ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୬ଟି ନୂଆ ଥାନା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ଏଥିସହିତ ରାଜ୍ୟ ପୁଲିସରେ ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀକୁ ମଞ୍ଜୁରି ଦେଇଥିବା ଜଣାଯାଇଛି। ଏଥିରେ ଓଡ଼ିଶାର ୨୨୦ ଥାନାରେ ୯୦୫ ନୂଆ ପଦବୀରେ ନିଯୁକ୍ତିକୁ ମଞ୍ଜୁରି ଦିଆଯାଇଛି।

ବର୍ତ୍ତମାନ ଥିବା ୬ଟି ଥାନାର ପରିସୀମାକୁ ଦୁଇ ଭାଗରେ ଭାଗ କରାଯିବ। ସମ୍ପୃକ୍ତ ଥାନାଗୁଡ଼ିକ ହେଲା ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା, ଭଞ୍ଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନା। ଏହି ୬ ଥାନାକୁ ଦୁଇ ଭାଗରେ ବିଭକ୍ତ କରାଯିବ। ଫଲରେ ୬ଟି ନୂତନ ଥାନା କାର୍ଯ୍ୟକ୍ଷମ ହେବ ବୋଲି ଜଣାଯାଇଛି।

ରାଜ୍ୟ ପୁଲିସରେ ୯୦୫ଟି ନୂଆ ପଦବୀକୁ ଅନୁମୋଦନ ମିଳିବା ପରେ ପୁଲିସ ମହାନିର୍ଦେଶକ ଅଭୟ ଟୁଇଟ୍ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଯେ ନିଜର ଟୁଇଟରରେ ଲେଖିଛନ୍ତି, ‘ଆମେ ଗଭୀର କୃତଜ୍ଞ ଓଡ଼ିଶାର ୨୨୦ ପୁଲିସ୍ ଷ୍ଟେସନ୍ ପାଇଁ ୯୦୫ ପଦବୀ ମଞ୍ଜୁର ପାଇଁ ।ଏହା ଆମକୁ ଅପରାଧ ନିୟନ୍ତ୍ରଣ କରିବାରେ ଏବଂ ଓଡ଼ିଶାର ଅଧିବାସୀଙ୍କୁ ସେବା ପ୍ରଦାନରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ।’

Comments are closed.