Odisha Link
Bridging the Missing Links in Odisha

ନବରଙ୍ଗପୁର ୩ଦିନ ପାଇଁ ସଟ୍‌ଡାଉନ୍

ନବରଙ୍ଗପୁର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। ଏହି କ୍ରମରେ ନବରଙ୍ଗପୁର ଜିଲା ପ୍ରଶାସନ ଜିଲାରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ୩ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ଆସନ୍ତାକାଲି ଭୋର ୫ଟାରୁ ୧୦ତାରିଖ ମଧ୍ୟରାତ୍ରି ଯାଏଁ ସଟଡାଉନ ରଖିବାକୁ ଘୋଷଣା କରିଛନ୍ତି ଜିଲାପାଳ। ସଟଡାଉନ ସମୟରେ ଜରୁରୀ ସେବା ଉପଲବ୍ଧ ହେବ । ଆଉ ସବୁ ଅନ୍ୟାନ୍ୟ ଦୋକାନ ଓ ବଜାର ବନ୍ଦ ରହିବ ବୋଲି ସୂଚନା ମିଳିଛି ।

Comments are closed.