ସୁସ୍ଥ ହେଲେ ଅଭିଷେକ
ମୁମ୍ବାଇ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଅଧିକରୁ ଅଧିକା ହେବାରେ ଲାଗିଛି। ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କିଛିଦିନ ତଳେ ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଫଳରେ ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଦୀର୍ଘ ୨୯ ଦିନ ପରେ କରୋନାରୁ ସୁସ୍ଥ ହୋଇଛନ୍ତି ଅଭିଷେକ ବଚ୍ଚନ। ଏନେଇ ଅଭିଷେକ ସୋଶିଆଲ ମିଡିଆରେ ଶେୟାର କରିଛନ୍ତି।
ଅଭିଷେକଙ୍କ ପିତା ବିଗ୍ ବି ଅମିତାଭ ବଚ୍ଚନ, ପତ୍ନୀ ଐଶର୍ଯ୍ୟା ଓ ଝିଅ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନେ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Comments are closed.