Odisha Link
Bridging the Missing Links in Odisha

କୋଝିକୋଡ ବିମାନ ଦୁର୍ଘଟଣା: ମୃତକଙ୍କ ମଧ୍ୟରେ ଜଣେ କରୋନା ପଜିଟିଭ ଚିହ୍ନଟ

କେରଳ: ଗତକାଲି ରାତି ୭ ଟା ୪୫ରେ କୋଝିକୋଡ ଏୟାରପୋର୍ଟରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୨ ପାଇଲଟ୍‌ଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ସବୁଠୁ ବଡ଼ କଥା ହେଲା ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଗତକାଲି ବନ୍ଦେ ଭାରତ ମିଶନ୍‌ ଜରିଆରେ ଏୟାର ଇଣ୍ଡିଆର ଏକ ବିମାନ ଦୁବାଇରୁ କୋଝିକାଡ ଯାତ୍ରା କରିଥିଲା। ଏ କରୋନା କାଳରେ ନିଜ ମାଟିକୁ ଫେରିବାକୁ ଚାହିଁ ବସିଥିବା ଲୋକଙ୍କ ପାଇଁ ଶେଷ ମୁହୁର୍ତ୍ତରେ ଏକ ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିଥିଲା। ବିମାନଟି ରନଓ୍ବେରେ କ୍ରସ୍‌ ଲ୍ୟାଣ୍ଡି କରିବା ଫଳରେ ବିମାନଟି ୨ଖଣ୍ଡ ହୋଇ ୩୫ ଫୁଟ ତଳକୁ ଖସି ଯାଇଥିଲା। ଫଳରେ ୨ ପାଇଲଟଙ୍କ ସମେତ ୧୮ ଜଣଙ୍କର ମୂୃତ୍ୟୁ ହୋଇଛି। ୧୨୭ ଜଣ ଆହାତ ଯାତ୍ରୀ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସବୁଠୁ ବଡ଼ କଥା ହେଲା ମୃତକଙ୍କୁ ମଧ୍ୟରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ବିମାନ କିଭଳି ଦୁର୍ଘଟଣା ହେଲା ତାହାର ଯାଞ୍ଚ ପ୍ରକ୍ରିୟା ଚାଳିଛି । ଏଥିସହିତ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ବିୈଦେଶିକ ରାଜ୍ୟ ମନ୍ତ୍ରୀ ବି ମୁରଲୀଧରନ ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହିତ କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ ଓ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ ଘଟଣାସ୍ଥଳ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ମେଡିକାଲରେ ପହଁଞ୍ଚି ଆହତ ଯାତ୍ରୀଙ୍କ ଚିକିତ୍ସା ଅଗ୍ରଗତି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Comments are closed.