ଗଗନଯାନ ମିଶନ୍ରେ ଓଡ଼ିଆ ପୁଅ ନିଖିଳ ରଥ
ଭୁବନେଶ୍ବର: ଆଉ ଜଣେ ଓଡ଼ିଆ ପୁଅ ଚର୍ଚ୍ଚାରେ। ଓଡ଼ିଆ ପୁଅ ଓ୍ଵିଙ୍ଗ କମାଣ୍ଡର ନିଖିଲ ରଥ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମାନବ ମହାକାଶ ମିଶନ ଗଗନଯାନରେ ସାମିଲ ହେବା ନିଶ୍ଚିତ ହୋଇଯାଇଛି। ୨୦୨୨ରେ ହେବାକୁ ଥିବା ଏହି ମିଶନ ପାଇଁ ଚୂଡ଼ାନ୍ତ କରାଯାଇଥିବା ୪ ଜଣ କ୍ରିଉ ସଦସ୍ୟଙ୍କ ନାମ ଘୋଷଣା ହୋଇଛି। ସେହି ମଧ୍ୟରେ ଓଡ଼ିଶାର ନିଖିଳ ରଥ ସ୍ଥାନ ପାଇଛନ୍ତି। ଏ ସଂପର୍କରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ କରି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପାଇଁ ଓଡ଼ିଶା ଗର୍ବିତ ବୋଲି କହିଛନ୍ତି।
Elated to learn that Wg. Cdr. Nikhil Rath of @IAF_MCC has been shortlisted to be a part of the 4 member crew of India’s first manned space mission, Gaganyaan 2022.
It is a matter of immense pride that this son of Odisha will be a part of this significant & prestigious mission. https://t.co/2CmGjlRZQP
— Dharmendra Pradhan (@dpradhanbjp) August 8, 2020
ଯଦି ସବୁକିଛି ଯୋଜନା ଅନୁସାରେ ଚାଲେ ସେ, ମହାକାଶକୁ ଯିବାରେ ପ୍ରଥମ ଓଡ଼ିଆ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଋଷିଆରେ ତାଲିମ ନେଉଥିବା ଭାରତୀୟ ବାୟୁସେନାର ଗଗନଯାନ ଟିମ ନିକଟରେ ନିଜର ତାଲିମ ଶେଷ କରିଛି। ଏହି ଟିମରେ ଥିବା ନିଖିଳ ନିଜର ତାଲିମ ସଂପୂର୍ଣ୍ଣ କରିଛନ୍ତି ଶ୍ରୀ ରଥ। ୨୫ ଜଣ ପାଇଲଟଙ୍କ ମଧ୍ୟରୁ ୪ଜଣ ପାଇଳଟ୍ ଗଗନଯାନ ମିଶନ ପାଇଁ ଚୟନ ହୋଇଛନ୍ତି।
ନିଖିଲଙ୍କ ଘର ବଲାଙ୍ଗୀର ସହରର ସୁଦପଡ଼ା। ସେ ବଲାଙ୍ଗିରର ଜଣାଶୁଣା ଓକିଲ ଅଶୋକ ରଥ ଓ ମହିଳା କମିଶନ ସଦସ୍ୟା କୁସୁମ ରଥଙ୍କ ପୁଅ। ୨୦୦୪ ମସିହାରେ ନିଖିଲ ବାୟୁସେନାରେ ସାମିଲ ହୋଇଥିଲେ। ବର୍ତ୍ତମାନ ସେ ଚଣ୍ଡିଗଡ଼ ଏୟାରବେସରେ ୱିଙ୍ଗ୍ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି।
Comments are closed.