Odisha Link
Bridging the Missing Links in Odisha

ଟ୍ରକ୍ ଧକ୍କାରେ ଚାଲିଗଲା ୧୦ ଗୋରୁଙ୍କ ଜୀବନ

ଟାଙ୍ଗି : ଟାଙ୍ଗୀ ଥାନା ୧୬ନଂ ଜାତୀୟ ରାଜପଥର କୟଥପଲ୍ଲା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୦ ଗୋରୁଙ୍କ ଜୀବନ ଚାଲି ଯାଇଛି।

ପ୍ରକାଶ ଯେ, ୧୬ନଂ ଜାତୀୟ ରାଜପଥ ରେ ଗୋରୁଙ୍କୁ ଧକ୍କା ଦେଇଥିଲା ଟ୍ରକ୍। ଦୁର୍ଘଟଣାରେ ୧୦ ଗୋରୁଙ୍କ ଜୀବନ ଯାଇଛି । ଦୁର୍ଘଟଣା ପରେ ଟ୍ରକ୍ ନେଇ ଡ୍ରାଇଭର ଚମ୍ପଟ ମାରିଥିବା ଜଣାପଡିଛି । କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଆରମ୍ଭ ହୋଇଛି । ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଟିର ପତ୍ତା ମିଳିନାହିଁ ।

Comments are closed.