Odisha Link
Bridging the Missing Links in Odisha

ଖୁବଶୀଘ୍ର ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ହେବ: ପ୍ରତାପ

ଭୁବନେଶ୍ବର: ମହାମାରୀ କରୋନା କାଳରେ ରାଜ୍ୟରେ ମନ୍ଦିର ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ଦୀର୍ଘ ଦିନ ହେଲା ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିବାରୁ ସେଗୁଡ଼ିକ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଆସୁଥିବା ପୂଜକ ଓ ସେବାୟତମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ମନ୍ଦିର ଓ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଆସୁଛି।

ଏସବୁ ମଧ୍ୟରେ ଆସିଛି ବଡ଼ ଖବର। କରୋନା ମହାମାରୀ ପାଇଁ ବନ୍ଦ ରହିଥିବା ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଖୋଲିବ କି ନାହିଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ରାଜ୍ୟ ସରକାରଙ୍କ ଉପରେ ହାଇକୋର୍ଟ ଏହି ନିଷ୍ପତ୍ତି ଛାଡ଼ିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ କହିଛି।

ଏ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ , ମନ୍ଦିର ଖୋଲିବା ନେଇ ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛୁ। ବିଭିନ୍ନ ସ୍ଥିତିକୁ ଆକଳନ କରି ଆମେ ନିଷ୍ପତ୍ତି ନେବୁ। କଣ ଗାଇଡ୍‌ଲାଇନ୍‌ ଅଣାଯାଇ ମନ୍ଦିର ଖୋଲାଯିବ ନିଷ୍ପତ୍ତି ନିଆଯିବ। ଯେମିତି ସଂକ୍ରମଣ ନ ବ୍ୟାପେ ସେ ଦିଗକୁ ଆମେ ବିଚାରକୁ ନେବୁ ବୋଲି କହିଛନ୍ତି ।

Comments are closed.