Odisha Link
Bridging the Missing Links in Odisha

ବାଇକ୍‌କୁ ପଛରୁ ପିଟିଲା କାର୍, ୩ ଗୁରୁତର

ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥ ଛତିଆ ନିକଟସ୍ଥ ଭାରତ ପେଟ୍ରୋଲ ପମ୍ପ୍ ନିକଟରେ ବାଇକ୍ କୁ ପଛପଟୁ ଧକ୍କା ଦେଲା କାର୍। ଦୁର୍ଘଟଣା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ପ୍ରକାଶ ଯେ, ଆଜି ଭୋରୁ ୧୬ ନମ୍ବର ଜାତୀୟ ରାଜପଥ ଛତିଆ ନିକଟସ୍ଥ ଭାରତ ପେଟ୍ରୋଲ ପମ୍ପ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଓଡି୩୩ଏଏ୪୨୪୯ ନମ୍ବର ବିଶିଷ୍ଟ କାର୍ ଚଣ୍ଡିଖୋଲ ପଟୁ କଟକ ଆଡକୁ ଯାଉଥିଲା । ସେହି ସମୟରେ ଏକ ହୋଣ୍ଡା ସାଇନ୍ ମୋଟର ସାଇକେଲକୁ ପଛକୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଆରୋହୀ ସମେତ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ । ଛତିଆ ପୋଲିସ ଗାଡି ୨ଟି ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

Comments are closed.