Odisha Link
Bridging the Missing Links in Odisha

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ନୂଆଦିଲ୍ଲୀ: କରୋନା କବଳରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଶ୍ରୀ ମୁଖାର୍ଜୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସେ ନିଜେ ସୂଚନା ଦେଇଛନ୍ତି। ଆଜି ତାଙ୍କର ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିଛି। କରୋନାରେ ଆକ୍ରାନ୍ତ ନେଇ ପ୍ରଣବ ମୁଖାର୍ଜୀ ନିଜେ ଟ୍ୱିଟ କରି ସୂଚନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଟେଷ୍ଟ କରାଇବାକୁ ପ୍ରଣବ ମୁଖାର୍ଜୀ ପରାମର୍ଶ ଦେଇଛନ୍ତି । ଟେଷ୍ଟ ସହ ଆଇସୋଲେସନରେ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ପ୍ରକାଶ ଯେ, ଦେଶରେ କରୋନା ମହାମାରୀ ଏବେ କିଛି ଶୁଣୁନାହିଁ । ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନଙ୍କୁ ମଧ୍ୟ କରୋନା ଛାଡ଼ି ନାହିଁ ।

Comments are closed.