Odisha Link
Bridging the Missing Links in Odisha

ସ୍ବାଧୀନତା ଦିବସ: କେଉଁ ମନ୍ତ୍ରୀ କେଉଁ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ, ଜାଣନ୍ତୁ

ଭୁବନେଶ୍ବର: ଚଳିତବର୍ଷ କରୋନା କଟକଣାରେ ପାଳିତ ହେବ ୭୪ତମ ସ୍ବାଧୀନତା ଦିବସ। ଏଥିପାଇଁ ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିଥିଲେ। ଆଜି ରାଜ୍ୟ ସରକାର କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ ପତାକା ଉତ୍ତୋଳନ କରିବ ସେ ନେଇ ବଜ୍ଞପ୍ତି ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ। ପୁରୀ ଜିଲ୍ଲା ପାଇଁ ନିରଞ୍ଜନ ପୂଜାରୀ, କଟକ ଜିଲ୍ଲା ପାଇଁ ବିକ୍ରମ କେଶରୀ ଆରୁଖ, କନ୍ଧମାଳ ଜିଲ୍ଲା ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଞ୍ଜାମ ଜିଲ୍ଲା ପାଇଁ ପଦ୍ମନାଭ ବେହେରା, ମାଲକାନଗିରି ଜିଲ୍ଲା ପାଇଁ ପ୍ରତାପ ଜେନା, କେନ୍ଦୁଝର ଜିଲ୍ଲା ପାଇଁ ଡ଼ ଅରୁଣ କୁମାର ସାହୁ, ନୟାଗଡ଼ ଜିଲ୍ଲା ପାଇଁ ସୁଦାମ ମାରାଣ୍ଡି, ବାଲେଶ୍ୱର ଜିଲ୍ଲା ପାଇଁ ସୁଶାନ୍ତ ସିଂ, ସୁନ୍ଦରଗଡ଼ ଜିଲ୍ଲା ପାଇଁ ଟୁକୁନି ସାହୁ, ଗଜପତି ପାଇଁ ଜଗନ୍ନାଥ ସାରକା, ଖୋର୍ଦ୍ଧା ପାଇଁ ଦିବ୍ୟ ଶଙ୍କର ମିଶ୍ର, ଅନୁଗୁଳ ପାଇଁ ଅଶୋକ ପଣ୍ଡା, ଯାଜପୁର ଜିଲ୍ଲା ପାଇଁ ସମୀର ରଞ୍ଜନ ଦାଶ, ମୟୁରଭଞ୍ଜ ପାଇଁ ଜ୍ୟୋତି ପାଣିଗ୍ରାହୀ, ରାୟଗଡା ପାଇଁ ପ୍ରେମାନନ୍ଦ ନାୟକ, ନବରଙ୍ଗପୁର ପାଇଁ ରଘୁନନ୍ଦନ ଦାସ, କଳାହାଣ୍ଡି ପାଇଁ ପଦ୍ମିନୀ ଦିଆନ, କୋରାପୁଟ ଜିଲ୍ଲା ପାଇଁ ତୁଷାର କାନ୍ତି ବେହେରାଙ୍କୁ ଦିଆଯାଇଛି। ସମ୍ବଲପୁର ଓ ବ୍ରହ୍ମପୁର ପାଇଁ ଆରଡିସି, ଏବଂ ଅନ୍ୟ ଜିଲ୍ଲା ମାନଙ୍କରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ।

Comments are closed.