Odisha Link
Bridging the Missing Links in Odisha

ଲକ୍ଷ୍ମୀକାନ୍ତ ଓ ବିଶ୍ବଜିତଙ୍କୁ ଜାମିନ

ଭୁବନେଶ୍ବର : ଅଡିଓ ଭାଇରାଲ ନେଇ ଦୁଇ ଜଣଙ୍କୁ ଗିରଫ କରାଯିବା ପ୍ରସଙ୍ଗରେ ଉଭୟଙ୍କୁ ଜାମିନ ମଂଜୁର କଲେ ଭୁବନେଶ୍ବର ଏସଡିଜେଏମ୍‌ କୋର୍ଟ। ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ବଜିତ ମହାନ୍ତିଙ୍କୁ ଆଜି ଜାମିନ ମିଳିଛି। ଜଣେ ଜାମିନଦାର ଓ ୧୦ ହଜାର ଟଙ୍କା ମୁଚାଲିକାରେ ଜେମିନ ହୋଇଛି। ଉଭୟଙ୍କୁ ରାତି ଅଧିଆ ଉଠାଇ ନେଇ ଗରିଫ କରିଥିଲା ପୋଲିସ।

ସୂଚନାଯୋଗ୍ୟ ଯେ, ଘରୋଇ ଟିଭି ଚ୍ୟାନେଲରେ ବିବାଦୀୟ ଅଡିଓ ପ୍ରସାରଣ ନେଇ କମିଶନରେଟ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିଲା । ଏମାନଙ୍କ ମଧ୍ୟରେ କେବୁଲ ନେଟୱର୍କ ସଂସ୍ଥା ଓରଟେଲ କମ୍ୟୁନିକେଶନର ଜଣେ କର୍ମଚାରୀ ଅଛନ୍ତି । ୨ ଜଣଙ୍କୁ ପଚରାଉଚରା ପରେ ପୁଲିସ କହିଥିଲା, ଭାଇରାଲ ଅଡିଓ କ୍ଲିପକୁ ତିଆରି କରାଯାଇଥିଲା ।

ଆଉ ତିଆରି କରିବା ପରେ ଏହାକୁ ଭାଇରାଲ କରାଯାଇଥିଲା । ପ୍ରସ୍ତୁତ କରି ଏଡିଟ କରାଯାଇ ଉଦ୍ଦେଶ୍ୟମୂଳକ ଭାବେ ଭାଇରାଲ କରାଯାଇଥିଲା । ଏହି ଭାଇରାଲ ଅଡିଓ ଟେପ ପ୍ରସାରଣ ପରେ କରୋନା ନେଇ ମିଥ୍ୟା ଖବର ପ୍ରସାରଣ କରିବା ଅଭିଯୋଗରେ ସଂପୃକ୍ତ ଘରୋଇ ଚ୍ୟାନେଲ ବିରୋଧରେ ଶୁକ୍ରବାର ଦିନ ଥାନାରେ ଅଭିଯୋଗ କରିଥିଲା ବିଏମସି । ଏଥି ସହ ସେହି ଟିଭି ଚାନେଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଦିଆଯାଇଥିଲା ।

Comments are closed.