Odisha Link
Bridging the Missing Links in Odisha

ଏଣିକି ଦିନକୁ ହେବ ଏକ ଲକ୍ଷ ଟେଷ୍ଟ

ଭୁବନେଶ୍ୱର : ଆଗକୁ ଦିନକୁ ଏକ ଲକ୍ଷ କରୋନା ଟେଷ୍ଟ କରାଯିବାକୁ ଯୋଜନା ରହିଛି ରାଜ୍ୟ। ଏନେଇ ଜୀବ ବିଜ୍ଞାନ ପ୍ରତିଷ୍ଠାନର  ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି ।
ଶ୍ରୀ ପରିଡ଼ାଙ୍କ ସୂଚନା ଅନୁଯାୟୀ ଆଜି ରାଜ୍ୟରେ ୩୨ ହଜାର ଟେଷ୍ଟ କରାଯାଇଛି । ଆଗକୁ ଲକ୍ଷେ ଟେଷ୍ଟ ହେବ । ଅଗଷ୍ଟ ୨୦ ସୁଦ୍ଧା ୫୦ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୬ଟି ଜିଲ୍ଲାରେ ଅଧିକ ସଂକ୍ରମିତ ମିଳୁଛନ୍ତି । ପ୍ରତି ଜିଲ୍ଲାକୁ ଆଣ୍ଟିଜେନ କିଟ ଯାଉଛି । ଆଣ୍ଟିଜିନ କିଟ ଦ୍ୱାରା ଶୀଘ୍ର ଚିହ୍ନଟ କରାଯାଇ ଆଇସୋଲେଟ କରାଯିବ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି । ପୂର୍ବରୁ ଜଣେ ଆକ୍ରାନ୍ତ ବାହାରିଲେ ତା’ର ଠିକଣା ଖୋଜି ଲୋକେ ତୁଣ୍ଡରେ ଘୋଷି ଦେଉଥିଲେ । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଗଣି ହେଉନାହିଁ । ସବୁଠାରୁ ବଡ଼ କଥା ହେଲା ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନଙ୍କୁ ମଧ୍ୟ କରୋନା ଛାଡ଼ି ନାହିଁ । କରୋନାର କଲବଲ ରୂପକୁ ଦେଖି ରାଜ୍ୟ ସରକାର ମଧ୍ୟ ହଡ଼ବଡ଼ ହୋଇଗଲେଣି ।

Comments are closed.