Odisha Link
Bridging the Missing Links in Odisha

ରାଜସ୍ଥାନ: ରାଜନୀତିର ଟେଷ୍ଟ ମ୍ୟାଚ୍‌ ଡ୍ର, ପ୍ୟାଭିଲିଅନକୁ ଫେରିଲେ ପାଇଲଟ୍‌ ସମର୍ଥକ

ଜୟପୁର: ରାଜସ୍ଥାନ କଂଗ୍ରେସରେ ଲାଗି ରହିଥିବା ରାଜନୈତିକ ସଙ୍କଟରେ ପଡ଼ିଲା ଜବନିକା। ପାଇଲଟ୍‌ ସମର୍ଥକଙ୍କ ହୋଇଛି ଘର ବାହୁଡ଼ା। ଏହାପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଆଜି କହିଛନ୍ତି ଯେ, ସମସ୍ତ ବିଧାୟକଙ୍କୁ ବର୍ତ୍ତମାନ ଭୁଲିଯାଅ ଓ କ୍ଷମାକର ରାସ୍ତାରେ ଯିବାକୁ ପଡ଼ିବ। ସମସ୍ତେ ପୁରୁଣା କଥା ଭୁଲି କ୍ଷମାର ପଥରେ ଆଗକୁ ବଢ଼ିବାକୁ ପଡ଼ିବ। ଦେଶ, ରାଜ୍ୟ, ରାଜ୍ୟବାସୀଙ୍କ ହିତ ସାଧନା ପାଇଁ ସମସ୍ତେ ଏକଜୁଟ ହୋଇ ଆଗକୁ ଯିବାର ଅଛି। ଏହା ଗଣତନ୍ତ୍ରକୁ ରକ୍ଷାକରିବାର ଲଢ଼େଇ ବୋଲି ଗେହଲଟ କହିଛନ୍ତି।

ଅପରପକ୍ଷେ ସଚିନ୍‌ ପାଇଲଟ୍‌ଙ୍କ ସମର୍ଥିତ ବିଧାୟକ ବିଶ୍ୱନ୍ଦ୍ର ସିଂ କହିଛନ୍ତି ଯେ, ଏହା ଏକ ଟେଷ୍ଟ ମ୍ୟାଚ ଥିଲା। ଯାହା ଡ୍ର ହୋଇଯାଇଛି। ସେ ଆହୁରି କହିଛନ୍ତି ଯେ, ଆମେ ବାଗୀ ବିଧାୟକ ନୁହଁ। ଏପରିକି ଦଳ ବିରୋଧରେ ଆମେ କିଛି କହି ନାହୁଁ। ଆମେ ସରକାରଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟ ନଥିଲୁ। ପାର୍ଟି ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ସମସ୍ୟା ସମାଧାନ ହୋଇଛି ଏବଂ ଆମେ ପୁନଶ୍ଚ ଏକାଠି ହୋଇଛୁ ବୋଲି ଶ୍ରୀ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏଥିସହିତ ସେ ତାତ୍ସଲ୍ୟ କରି କହିଛନ୍ତି ଯେ ଏହା ଏକ ଟେଷ୍ଟ ମ୍ୟାଚ୍। ବର୍ତ୍ତମାନ ମ୍ୟାଚ୍ ଡ୍ର ହୋଇଛି ଏବଂ ବର୍ତ୍ତମାନ ଆମେ ପୁଣି ପ୍ୟାଭିଲିୟନକୁ ଫେରି ଆସିଛୁ।

Comments are closed.