Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର: ପୁଣି ଆଉ ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସ। ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ନେଇ ଏହି ଚଢଉ କରାଯାଇଥିବା ଭିଭିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଟଙ୍କପାଣି ରୋଡସ୍ଥିତ ଘର, ଭୁବନେଶ୍ୱର ରତ୍ନାକର ବାଗସ୍ଥିତ ଘରେ ଚଢଉ କରାଯାଇଛି। ଏହାଛଡ଼ା ପଟିଆ, ବାଲେଶ୍ୱର ଓ ଭୁବନେଶ୍ୱରସ୍ଥ ନୂଆଗାଁରେ ଥିବା ଘରେ ଚଢଉ କରାଯାଇଛି। ଚଢଉ ଜାରି ରହିଥିବାବେଳେ ଏଯାବତ ଭୁବନେଶ୍ୱରରେ ୨ଟି ଓ ପୁରୀରେ ଗୋଟିଏ ଫ୍ଲାଟ ଠାବ କରାଯାଇଛି।

 

Comments are closed.