Odisha Link
Bridging the Missing Links in Odisha

ମୋଦୀ ହୈ ତୋ ମୁମକିନ୍ ହୈ: ରାହୁଲ

ନୂଆଦିଲ୍ଲୀ: କରୋନା କାଳରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ବାରମ୍ବାର ସମାଲୋଚନା କରି ଆସୁଛନ୍ତି। ଆଜି ପୁଣି ଜିଡିପି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଜିଡିପିକୁ ନେଇ ତାତ୍ସଲ୍ୟ କରି ପ୍ରଥମ ଥର ପାଇଁ ମୋଦୀ ହୈ ତୋ ମୁମକିନ୍ ହୈ ନାରାରେ ସ୍ବର ମିଳାଇଛନ୍ତି ରାହୁଲ।

ରାହୁଲ ନିଜ ଟ୍ବିଟରରେ ବିଜିନେସ ଷ୍ଟାଣ୍ଡାର୍ଡ଼ର ଏକ ଖବରକୁ ସେୟାର କରିଛନ୍ତି। ଏହି ଖବର ଇନଫୋସିସ୍ ପ୍ରତିଷ୍ଠାତା ଅଧ୍ୟକ୍ଷ ନାରାୟଣ ମୂର୍ତିଙ୍କ ଏକ ମନ୍ତବ୍ୟ ଉପରେ ଆଧାରିତ। ଏଥିରେ କୁହାଯାଇଥିଲା ଯେ ୧୯୪୭ ପରେ ଦେଶର ଜିଡ଼ିପି ଅଭିବୃଦ୍ଧି ପ୍ରଥମଥର ପାଇଁ ତଳକୁ ଖସିବାର ସମ୍ଭାବନା ରହିଛି।

ମଙ୍ଗଳବାର ଇନଫୋସିସ୍ ପ୍ରତିଷ୍ଠାତା ଏନ.ଆର୍.ନାରାୟଣ ମୂର୍ତି ଦେଶର ଅଭିବୃଦ୍ଧି ହାର ସ୍ବାଧୀନତା ପରେ ସବୁଠାରୁ ଖରାପ ସ୍ଥିତିରେ ରହିପାରେ ଓ ଅର୍ଥବ୍ୟବସ୍ଥାକୁ ତୁରନ୍ତ ପୁନଃସ୍ଥାପନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ସେ ଆଶଙ୍କା କରିଥିଲେ ଯେ ସ୍ବାଧୀନତା ପରେ ଦେଶର ଜିଡ଼ିପି ସ୍ବାଧୀନତା ପୂର୍ବର ସ୍ଥିତିରେ ପହଞ୍ଚି ପାରେ । ଏହା ସହ ସେ ଦେଶର ଅର୍ଥବ୍ୟବସ୍ଥାକୁ ସ୍ବାଭାବିକ କରିବା ପାଇଁ ପ୍ରତ୍ୟେକ ବ୍ୟବସାୟୀଙ୍କୁ ପୂର୍ଣ୍ଣ କ୍ଷମତା ସହ କାମ କରିବାର ଅନୁମତି ଦିଆଯିବା ଉପରେ ଗୁରୁତ୍ଵ ଦେଇଥିଲେ। ଏହା ସହିତ ବୈଶ୍ଵିକ ଜିଡ଼ିପି ନିମ୍ନଗାମୀ ହେଉଥିବା ଓ ବୈଶ୍ଵିକ ଜିଡ଼ିପି ୧୦% ପର୍ଯ୍ୟନ୍ତ ତଳକୁ ଖସିପାରେ ବୋଲି ସେ ଆଶଙ୍କା କରିଥିଲେ।

Comments are closed.