Odisha Link
Bridging the Missing Links in Odisha

କରୋନା ପାଇଁ ତେଲ କଟକଣା, ମନଇଚ୍ଛା ଟାଙ୍କି ଭରି ପାରିବେନି ଗାଡ଼ି ଚାଳକ

ଓଏଲ୍‌ ବ୍ୟୁରୋ: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର। ଏଣିକି ଗାଡ଼ିଚାଳକ ମନଇଚ୍ଛା ଟାଙ୍କିରେ ଭରି ପାରିବେ ନାହିଁ ତେଲ। ସେ ବାଇକ ହେଉ ଅବା କାର ହେଉ କିମ୍ବା ବସ୍ ତେଲ ଟାଙ୍କିରେ ଏଣିକି ଗାଡ଼ି ଚାଳକ କେତେ ଇନ୍ଧନ ଭରିବେ ତାର ଏକ ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରିଛନ୍ତି ସରକାର। ତେବେ କରୋନା କଟକଣାକୁ ନଜରରେ ରଖି ଏଭଳି ଏକ କଠୋର ନିଷ୍ପତି ଲାଗୁ କରିଛନ୍ତି ମିଜୋରାମ ସରକାର।

ଏନେଇ ମିଜୋରାମ ସରକାରଙ୍କ ତରଫରୁ ମଙ୍ଗଳବାର ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଜଣେ ସ୍କୁଟି ଚାଳକ ନିଜ ଗାଡିରେ ସର୍ବାଧିକ ୩ ଲିଟର, ବାଇକ ପାଇଁ ୫ ଲିଟର, କାରରେ ସର୍ବାଧିକ ୧୦ ଲିଟର ଏବଂ ବସରେ ସର୍ବାଧିକ ୧୦୦ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ-ଡିଜେଲ ଭରିପାରିବେ ଚାଳକ। ତେବେ ମାଲ ପରିବହନ ଗାଡିଗୁଡିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି।

Comments are closed.