Odisha Link
Bridging the Missing Links in Odisha

ତାଲିମ ବେଳେ ମହାନଦୀରେ ବୁଡି ଯବାନ ମୃତ

ବୌଦ୍ଧ : ମହାନଦୀରେ ବୁଡି ଜଣେ ଯବାନଙ୍କର ମୃତ୍ୟୁ ହରାଇଥିବା ଜଣାପଡ଼ିଛି। ସୂଚନାଅନୁସାରେ ମୁତାବକ ବୌଦ୍ଧ ପଞ୍ଚମ ଆଇଆରବି ବାଟାଲିୟନ ର ଯବାନମାନଙ୍କୁ ବୌଦ୍ଧ ମହାନଦୀର ଅପରପାର୍ଶ୍ୱରେ କିଆକଟା ପଞ୍ଚାୟତର ବାଙ୍କପାଲ ଘାଟଠାରେ ଓଡ୍ରାଫ ତାଲିମ ଦିଆଯାଉଥିବାବେଳେ ପାଣିରେ ବୁଡି ଜଣେ ଯବାନ ନିଖୋଜ ହୋଇଯାଇଥିଲେ।
ବୌଦ୍ଧ ଅଗ୍ନିଶମ ବିଭାଗ,ଆଇଆରବି ଯବାନମାନେ ମୋଟରବୋଟ ସାହାଯ୍ୟରେ ଓ ସ୍ଥାନୀୟ କିଛି ମାଛମରା ଡଙ୍ଗା ସାହାଯ୍ୟରେ ମହାନଦୀରେ ଦୀର୍ଘ ୫ ଘଣ୍ଟା କାଳ ଖୋଜାଖୋଜି କରିବାପରେ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଯବାନଙ୍କ ନାମ ପ୍ରଦ୍ୟୁମ୍ନ କୁମାର ପଣ୍ଡା ଓ ତାଙ୍କ ଘର କନ୍ଧମାଳ ଜିଲାରେ ବୋଲି ଜଣାପଡିଛି। ଏହି ଘଟଣା ଆଇଆରବିର ଯବାନ ଓ ଅଧିକାରୀମାନଙ୍କ ମଧ୍ୟରେ ଶୋକର ବାତାବରଣ ସୃଷ୍ଟି କରିଛି।

Comments are closed.