Odisha Link
Bridging the Missing Links in Odisha

ନୟାଗଡ଼: ଯୁକ୍ତ ୨ ଟପ୍ପର ହେଲେ ଉମେଶ, ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ ଅରୁଣ

ନୟାଗଡ଼: ଆଜି ପ୍ରକାଶ ପାଇଛି ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନ ଫଳାଫଳ। ଚଳିତବର୍ଷ ନୟାଗଡ଼ ଜିଲ୍ଲା ପାସ୍‌ ହାରରେ ସାରା ରାଜ୍ୟରେ ଆଗୁଆ। ନୟାଗଡ଼ ଜିଲ୍ଲାର ପାସ୍‌ ହାର ଚଳିତବର୍ଷ ୮୬.୫୧ ପ୍ରତିଶତ ରହିଛି। ନୟାଗଡ଼ ଜିଲ୍ଲାର ଉମେଶ ଦାସ ୫୪୬ ନମ୍ବର ରଖି ଜିଲ୍ଲା ଟପର ହୋଇଛନ୍ତି। ତାଙ୍କ ପଛକୁ ୫୪୧ ମାର୍କ ରଖି ସ୍ୱାତୀ ପ୍ରକୃତି ଦାଶ ଦ୍ୱିତୀୟ ଟପର ହୋଇଛନ୍ତି। ଉଭୟ ଛାତ୍ରଛାତ୍ରୀ ନୟାଗଡ଼ ଜୁନିଅର କଲେଜର।

ଚଳିତବର୍ଷ ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାସ୍‌ ହାର ରହିଛିି। ଏହି ଅବସରରେ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ. ଅରୁଣ ସାହୁ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଏବଂ ଜିଲ୍ଲାର ଟପ୍ପର ହୋଇଥିବା ଛାତ୍ରଛାତ୍ରଙ୍କୁ ତାଙ୍କ ସଫଳତାରେ ଅଭିନନ୍ଦନ ଜଣାଇଛନ୍ତି ମନ୍ତ୍ରୀ ଡ଼ ଅରୁଣ ସାହୁ।

 

Comments are closed.