Odisha Link
Bridging the Missing Links in Odisha

‘ସଡକ ୨’ ଟ୍ରେଲର୍‌କୁ ଦର୍ଶକଙ୍କ ନାପସନ୍ଦ

ମୁମ୍ବାଇ: ବଲିଉଡ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସଡକ ୨’କୁ ଦର୍ଶକଙ୍କ ଅକ୍ରୋଶର ଶିକାର ହୋଇଛି। ଗତକାଲି ‘ସଡକ ୨’ର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା। ୟୁଟ୍ୟୁବ୍‌ରେ ଟ୍ରେଲରଟ‌ି ଟ୍ରେଣ୍ଡ୍‌ କରୁଥିଲେ ମଧ୍ୟ ‌ରିଲିଜ୍‌ ହେବା ପରେ ଏହାକୁ ବୁପୁଳ ମାତ୍ରାରେ ଦର୍ଶକ ନାପସନ୍ଦ କରଛନ୍ତି। ଖବର ଲେଖା ହେଲା ସୁଦ୍ଧା ଏହି ଟ୍ରେଲର୍‌କୁ ୬୦ ଲକ୍ଷ ୭୦ ହଜାରରୁ ଉର୍ଦ୍ଧ ଡିସ୍‌ ଲାଇକ୍‌ ମିଳିଛି। ଏପରିକି #ବୟକଟ୍‌’ସଡକ ୨’ ନାମରେ ଏବେ ଟୁଇଟରେ ଟ୍ରେଣ୍ଡ୍‌ ଚାଲିଛି। ଫିଲ୍ମଟି ନେପୋଟିଜିମ୍‌ ଏବଂ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କାରଣରୁ ଦର୍ଶକଙ୍କ ଅକ୍ରୋଶର ଶିକାର ହୋଇଛି। ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍‌ମାନେ ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ବୟକଟ୍‌ ‘ସଡକ ୨’ କ୍ୟାମ୍ପେନ ଚଲାଇଛନ୍ତି ବୋଲି କହାଯାଉଛି।

ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ, ଆଦିତ୍ୟ ରାୟକପୁରଙ୍କ ବ୍ୟତୀତ ପୂଜା ଭଟ୍ଟ, ଜିସୁ ସେନଗୁପ୍ତା, ମକରନ୍ଦ ଦେଶ ପାଣ୍ଡେ, ଗୁଲଶନ୍‌ ଗ୍ରୋଭର୍‌, ପ୍ରିୟଙ୍କା ବୋଷ, ମୋହନ କପୁର୍‌ ଓ ଅକ୍ଷୟ ଆନନ୍ଦ ପ୍ରଭୃତି ଅଭିନୟ କରିଛନ୍ତି।

Comments are closed.