Odisha Link
Bridging the Missing Links in Odisha

ରାଜସ୍ବ ବିଭାଗର ସ୍ବତନ୍ତ୍ର ସଚିବ ଗିରଫ

ଭୁବନେଶ୍ବର : ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ବତନ୍ତ୍ର ସଚିବ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସ୍ବତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କଲା ଭିଜିଲାନ୍ସ । କାଲି ଅଜୟଦାସଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଗିରଫ ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ଅଜୟ ଦାସ। ଚାକିରି ସରିବାର ୨ ମାସ ପୂର୍ବରୁ ମୋତେ ଫସାଇ ଦିଆଯାଇଛି। ଗୋଟିଏ ଗୋଷ୍ଠୀ ମୋତେ ଫସାଇ ଦେଇଛନ୍ତି ବୋଲି ଅଜୟ ଦାସ କହିଛନ୍ତି।

ପ୍ରକାଶ ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସ ଗିରଫ ହୋଇଛନ୍ତି। କାଲି ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ନେଇ ଏହି ଚଢଉ କରାଯାଇଥିବା ଭିଭିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଟଙ୍କପାଣି ରୋଡସ୍ଥିତ ଘର, ଭୁବନେଶ୍ୱର ରତ୍ନାକର ବାଗସ୍ଥିତ ଘରେ ଚଢଉ କରାଯାଇଛି। ଏହାଛଡ଼ା ପଟିଆ, ବାଲେଶ୍ୱର ଓ ଭୁବନେଶ୍ୱରସ୍ଥ ନୂଆଗାଁରେ ଥିବା ଘରେ ଚଢଉ କରାଯାଇଛି। ଚଢଉ ଜାରି ରହିଥିବାବେଳେ ଏଯାବତ ଭୁବନେଶ୍ୱରରେ ୨ଟି ଓ ପୁରୀରେ ଗୋଟିଏ ଫ୍ଲାଟ ଠାବ କରାଯାଇଛି।

Comments are closed.