Odisha Link
Bridging the Missing Links in Odisha

ରାଜସ୍ଥାନ: ଗେହଲଟ ସରକାରଙ୍କ ବିପକ୍ଷରେ କାଲି ଅନାସ୍ତାପ୍ରସ୍ତାବ ଆଣିବ ବିଜେପି

ଜୟପୁର: ଆସନ୍ତକାଲି ରାଜସ୍ଥାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ହେଲେ ଆସନ୍ତକାଲି ବିଜେପି ବିଧାନସଭାରେ ଗେହଲଟଙ୍କ ସରକାର ବିରୋଧରେ ଅନାସ୍ତାପ୍ରସ୍ତାବ ଆଣିବା ପାଇଁ ଘୋଷଣା କରିଛି। ରାଜସ୍ଥାନ ବିଧାନସଭାର ବିରୋଧୀ ଦଳର ନେତା ଗୁଲାବ ଚାନ୍ଦ କାଟରିଆ କହିଛନ୍ତି ଯେ ଆସନ୍ତାକାଲି ଆମର ସହଯୋଗୀମାନଙ୍କ ସହ ବିଧାନସଭାରେ ଏକ ଅନାସ୍ତାପ୍ରସ୍ତାବ ଆଗତ କରିବୁ।

ଏହାପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଆମେ ଆମ ରଣନୀତି ଉପରେ କାର୍ଯ୍ୟ କରୁଛୁ। ରାଜ୍ୟରେ କଂଗ୍ରେସ ସମ୍ପୂର୍ଣ୍ଣ ୫ବର୍ଷ ଶାସନ କାଳ ପୁରା କରି ପାରିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ସୂଚନାଥାଉକି, ସୋମବାର ଦିନ ସଚିନ ପାଇଲଟ୍‌ ଓ ତାଙ୍କ ସମର୍ଥକ ମାନେ ଜୟପୁର ଫେରି ଆସିଛନ୍ତି। ଆଉ ପୂର୍ବ ପରି ଦଳରେ କର୍ଯ୍ୟ କରିବେ ବୋଲି ମଧ୍ୟ କହିଥିଲେ। ଯାହାଫଳରେ ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟା ଜବନିକା ପଡ଼ିଥିଲା।

ଅପରପକ୍ଷେ କଂଗ୍ରେସ ଦଳର ବିଧାୟକ ବୈଠକ ଆରମ୍ଭ ହୋଇଛି। ପ୍ରାୟ ଏକ ମାସ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସାମ୍ନା ସାମ୍ନି ହୋଇଛି। ଆସନ୍ତାକାଲି ହେବାକୁ ଥିବା ସ୍ବତନ୍ତ୍ର ଅଧିବେଶନକୁ ନେଇ ଆଲୋଚନା ହୋଇ ପାରେ ବୋଲି ସୂଚନା ରହିିଛି

Comments are closed.