Odisha Link
Bridging the Missing Links in Odisha

କମିଲା ସୁନା ଦର

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଲାଗାତାର ଭାବରେ ସୁନାଦର ବଢିବାରେ ଲାଗିଥିଲା। ମାତ୍ର କରୋନା ଟିକା ବିକଶିତ ହେବା ଖବର ପ୍ରଚାରିତ ହେବା ପରେ ଆନ୍ତର୍ଜାତିକ ବଜାରରେ ସୁନା ଦାମ୍‌ରେ ବଡ଼ ଧରଣର ହ୍ରାସ ଘଟିଛି। କରୋନା ପାଇଁ ସୁନା ଦରରେ ରେକର୍ଡ ସ୍ତରୀୟ ବୃଦ୍ଧି ହୋଇ ୧୦ ଗ୍ରାମ ପିଛା ୫୫ ହଜାରରୁ ଉର୍ଦ୍ଧ ହୋଇଥିବା ବେଳେ ଏବେ ଏହି ଦରରେ ହ୍ରାସ ଘଟିଛି। ବର୍ତ୍ତମାନ ସୁନାର ୧୦ ଗ୍ରାମକୁ ୫୦ ହଜାର ଟଙ୍କାକୁ ଖସିଆସିଛି। ରୁଷି‌ଆରେ କରୋନା ଟିକା ବିକଶିତ ହେବା ଖବର ପ୍ରଚାରିତ ହେବା ପରେ ସୁନାରେ ନିବେଶ କରିିଥିବା ନିବେଶକମାନେ ଲାଭ ପାଇବା ଆଶାରେ ତାହାକୁ ବିକ୍ରି କରିଦେବାରୁ ସୁନାର ଦର କମିଯାଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଆଜି ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ)ରେ କାରବାର ବେଳେ ସୁନା ଦର ହ୍ରାସ ଘଟି ଏହାର ମୂଲ୍ୟ ୫୦ ହଜାର ଟଙ୍କା ସ୍ତରକୁ ଖସିଆସିଛି। କେବଳ ସୁନା ନୁହେଁ ରୁପା ଦରରେ ମଧ୍ୟ ହ୍ରାସ ଘଟିଛି। ରୁପାର କିଲୋ ପିଛା ମୂଲ୍ୟରେ ଆଜି ୫୧୭୮ ଟଙ୍କାର ହ୍ରାସ ଘଟି ଆଜି ୬୧,୭୫୬ ଟଙ୍କାକୁ ଖସିଆସିଛି।

Comments are closed.