Odisha Link
Bridging the Missing Links in Odisha

ଆସିଲା ଟିକସ ସଂସ୍କାର: ସଚ୍ଚୋଟ ଟିକସଦାତାଙ୍କୁ ଉପହାର ଦେଲେ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଘୋଷଣା କରିଛନ୍ତି। ଟିକସ୍‌ ସଂସ୍କାର ନେଇ ନୂଆ କାର୍ଯ୍ୟକ୍ରମ ‘ଟ୍ରାନ୍ସପରେଣ୍ଟ ଟ୍ୟାକ୍ସେସନ-ଅନରିଂ ଦି ଅନେଷ୍ଟ’ର ଶୁଭାରାମ୍ଭ କଲେ ପିଏମ୍‌ ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ଲାଟଫର୍ମ ହେଉଛି ଏକବିଂଶ ଶତାବ୍ଦୀର ଟିକସ ବ୍ୟବସ୍ଥାର ଆରମ୍ଭ, ଯେଉଁଥିରେ ଫେସଲେସ୍ ଆସେସମେଣ୍ଟ-ଅପିଲ୍ ଏବଂ ଟିକସଦାତା ଚାର୍ଟର୍ ଭଳି ପ୍ରମୁଖ ସଂସ୍କାର ରହିଛି।

ଶୁଭାରମ୍ଭ ଅବସରରେ ମୋଦୀ କହିଛନ୍ତି ଯେ, ସ୍ୱଚ୍ଛ କରଦାତାଙ୍କ ପାଇଁ ନୂଆ ବ୍ୟବସ୍ଥା ହୋଇଛି। ସ୍ୱଚ୍ଛ କରଦାତାଙ୍କୁ ଡରିବାର ନାହିଁ। ସଚ୍ଚୋଟ କରଦାତାଙ୍କୁ ସମ୍ମାନ ମିଳିବା ସହ କିଛି ରିହାତି ମିଳିପାରେ। ଟିକସ ବ୍ୟବସ୍ଥାର ହେବ ସରଳୀକରଣ । ଆଜିଠାରୁ କ୍ୟାସଲେସ ହେଲା କର ବ୍ୟବସ୍ଥା ବୋଲି ମୋଦୀ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ସଚ୍ଚୋଟ କରଦାତାଙ୍କ ଲାଗି ରହିଥିବା ସୁବିଧାଗୁଡ଼ିକ ମଧ୍ୟରୁ କେତେକ କାର୍ଯ୍ୟକାରୀ ହୋଇସାରିଥିବାବେଳେ ସମ୍ପୂର୍ଣ୍ଣ ସୁବିଧା ସେପ୍ଟେମ୍ବର ୨୫ରୁ ଆରମ୍ଭ ହେବ। ଗତ କିଛି ସମୟ ମଧ୍ୟରେ ଆମେ ଏହି ପ୍ରସଙ୍ଗଗୁଡିକ ଉପରେ ଧ୍ୟାନ ଦେଇଛୁ। ଏହା ଏକ ନୂତନ ଯାତ୍ରା ଆରମ୍ଭ। ବର୍ତ୍ତମାନ ସଚ୍ଚୋଟଙ୍କୁ ସମ୍ମାନ ଦିଆଯିବ। ଜଣେ ସଚ୍ଚୋଟ କରଦାତା ରାଷ୍ଟ୍ର ନିର୍ମାଣରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଆଜିଠାରୁ ଆରମ୍ଭ ହୋଇଥିବା ନୂତନ ବ୍ୟବସ୍ଥା, ନୂତନ ସୁବିଧା ସର୍ବନିମ୍ନ ସରକାରୀ-ସର୍ବାଧିକ ଶାସନକୁ ଆଗକୁ ବଢ଼ାଇଥାଏ। ଏହାଦ୍ୱାରା ସରକାରଙ୍କ ହସ୍ତକ୍ଷେପ ହ୍ରାସ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

Comments are closed.