Odisha Link
Bridging the Missing Links in Odisha

ଫୋର୍ବସ୍ ଟପ୍-୧୦ ତାଲିକାରେ ଅକ୍ଷୟ କୁମାର

ମୁମ୍ବାଇ : ଫୋର୍ବସ୍ ଏହାର ୨୦୨୦ ଟପ୍-୧୦ ସର୍ବାଧିକ ପେଡ୍ ଆକ୍ଟର୍ସ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବଲିଉଡର ଏକମାତ୍ର ଅଭିନେତା ଅକ୍ଷୟ କୁମାର ସ୍ଥାନ ପାଇଛନ୍ତି। ଫୋର୍ବସର ଏହି ତାଲିକାରେ ଅକ୍ଷୟ କୁମାର ୬ଷ୍ଠ ସ୍ଥାନରେ ରହିଛନ୍ତି। ଏଥିରେ ତାଙ୍କର ଆୟ ୪୮.୫ ନିୟୁତ (ଡଲାର), ପ୍ରାୟ ୩୬୨ କୋଟି ବୋଲି ଜଣାଯାଇଛି।

ଫୋର୍ବସର ଏହି ତାଲିକାରେ ହଲିଉଡ ତାରକା ଡୱେନ ଜନସନ୍ ପ୍ରଥମ ନମ୍ବରରେ ରହିଛନ୍ତି ଏବଂ ଦୁଇ ନମ୍ବରରେ ହଲିଉଡ ଅଭିନେତା ରିଆନ ରେନୋଲ୍ଡସ, ତିନି ନମ୍ବରରେ ମାର୍କ ୱାଲବର୍ଗ, ଚତୁର୍ଥ ନମ୍ବରରେ ବେନ ଆଫ୍ଲେକ୍, ପାଞ୍ଚ ନମ୍ବରରେ ଭିନ୍ ଡିଜେଲ, ୭ମ ସ୍ଥାନରେ ମାନୁଏଲ ମିରାଣ୍ଡା, ଅଷ୍ଟମ ସ୍ଥାନରେ ୱିଲ ସ୍ମିଥ, ନବମ ସ୍ଥାନରେ ଆଡାମ ସାଣ୍ଡଲର ଏବଂ ଜ୍ୟାକି ୧୦ ନମ୍ବରରେ ରହିଛନ୍ତି।

 

Comments are closed.