Odisha Link
Bridging the Missing Links in Odisha

ଆଜି ଗେହଲଟ୍‌-ପାଇଲଟ୍‌ ଭେଟା ଭେଟି

ଜୟପୁର: ରାଜସ୍ଥାନ ରାଜନୀତିରେ ହାଇଭୋଲଟେଜ ଡ୍ରାମା ପରେ ଆଜି ସାମ୍ନା ସାମ୍ନି ହେବେ ଅଶୋକ ଗେହଲଟ ଓ ସଚିନ ପାଇଲଟ୍। ରାଜସ୍ଥାନରେ ଲାଗିରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଜବନିକା ପଡ଼ିଥିବା ନେଇ କଂଗ୍ରେସ ୩ଦିନ ତଳେ ଘୋଷଣା କରିଥିଲା। ହାଇଡ୍ରାମା ପରେ ଆଜି ଭେଟା ଭେଟି ହେବେ ରାଜସ୍ଥାନ କଂଗ୍ରେସର ୨ ଛାମୁଆ ନେତା। ଆସନ୍ତା ୧୪ ତାରିଖରେ ରାଜସ୍ଥାନ ବିଧାନସଭା ଅଧିବେଶନ ଥିବାବେଳେ ଏହାର ଦିନକ ପୂର୍ବରୁ ଆଜି ସିଏଲ୍‌ପି ବୈଠକ ଅଛି। ଆଜି ସିଏଲ୍‌ପି ବୈଠକ ଥିବାବେଳେ ଏହି ବୈଠକରେ ଗେହଲଟ୍‌-ପାଇଲଟ୍‌ ମୁହାଁମୁହିଁ ହେବେ।

ପାଇଲଟ୍‌ ଦୀର୍ଘ ୧ ମାସର ବିଦ୍ରୋହ ପରେ ଗତକାଲି ଜୟପୁରକୁ ଫେରିଥିଲେ। ପାଇଲଟ୍‌ ଆସନ୍ତାକାଲି ଏହି ବୈଠକରେ ଯୋଗ ଦେବେ। ବିଦ୍ରୋହ ପରେ ଗେହଲଟ୍‌-ପାଇଲଟ୍‌ଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ହୋଇଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି। ଗେହଲଟ୍‌ କିନ୍ତୁ ପାଇଲଟ୍‌ଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆଦୌ ଖୁସି ନାହାନ୍ତି। ଅନ୍ୟପକ୍ଷେ ସେ ତାଙ୍କ ବିଧାୟକମାନଙ୍କୁ ଆଜି କହିଛନ୍ତି ଯେ, ଦେଶ ଏବଂ ରାଜ୍ୟର ଲୋକମାନଙ୍କ ସେବା କରିବାପାଇଁ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମକୁ ଏକାଠି କାମ କରିବାକୁ ପଡ଼ିବ। କିଛି କଥା ଭୁଲିଯିବାକୁ ପଡ଼ିବ ଏବଂ କିଛି ଭୁଲକୁ କ୍ଷମା ଦେବାକୁ ପଡ଼ିବ ବୋଲି ଗେହଲଟ୍‌ କହିଛନ୍ତି।

Comments are closed.