Odisha Link
Bridging the Missing Links in Odisha

ରାତିରେ ଶୋଇପଡ଼ିଲା ସ୍ବାମୀ, ସ୍ତ୍ରୀ କଲା ହତ୍ୟା

ଜଗତସିଂହପୁର: ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ବାଲିକୁଦାଥାନା ଅନ୍ତର୍ଗତ ସଦେଇପୁର ଗାଁରେ। ପାରିବାରିକ କଳହରୁ ସ୍ବାମୀକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ। ସ୍ବାମୀକୁ ହତ୍ୟା କରିବା ପରେ ଥାନାରେ ଯାଇ ଆତ୍ମସମର୍ପଣ କରିଛି ସ୍ତ୍ରୀ। ମୃତ ବ୍ୟକ୍ତ ଜଣକ ହେଉଛନ୍ତି ସୁଶାନ୍ତ ସାମଲ।

ମିଳିଥିବା ସୂଚନା ଅନୁଯାୟୀ, ସ୍ବାମୀ ଅଧିକାଂଶ ସମୟରେ ମଦ୍ୟପାନ କରି ସ୍ତ୍ରୀଙ୍କୁ ଗାଳିଗୁଲଜ କରିଥାନ୍ତି। ଗତକାଲି କୌଣସି କାରଣରୁ ଉଭୟ ସ୍ବାମୀ – ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା। ସ୍ବାମୀ ରାତିରେ ଶୋଇଯିବାପରେ ସ୍ତ୍ରୀ ତାଙ୍କ ଘରେ ଥିବା ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ହତ୍ୟାପରେ ସ୍ତ୍ରୀ ବାଲିକୁଦା ଥାନାରେ ଆତ୍ମସମର୍ପଣ କରିଛି। ସୂଚନା ଆଧାରରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବାସହ ତଦନ୍ତ ଆରମ୍ଭ କରିଛି।

Comments are closed.