Odisha Link
Bridging the Missing Links in Odisha

ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ‌୍ୟବସ୍ଥା ସ୍ଥିର : ଅଭିଜିତ ମୁଖାର୍ଜୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ‌୍ୟବସ୍ଥା ସ୍ଥିର। ଏନେଇ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ସୂଚନା ଦେଇଛନ‌୍ତି। ଅଗଷ୍ଟ ୧୦ରେ ପ୍ରଣବ ମୁଖାର୍ଜୀଙ୍କ ଗୁରୁତର ହୋଇଯାଇଥିଲେ। ମସ୍ତିଷ୍କରେ ରକ୍ତ ଜମାଟ ହେବା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପୂର୍ବରୁ ତାଙ୍କର କରୋନା ସ୍ୱାବ ପରୀକ୍ଷା କରାଯାଇଥିଲା ଯାହାର ରିପୋର୍ଟ ପଜିଟିଭ ଆସିଥିଲା।

ପ୍ରଣବ ମୁଖାର୍ଜୀଙ୍କୁ ବର୍ତମାନ ଭେଣ୍ଟିଲେଟରରେ ରଖାଯାଇଛି। ଦିଲ୍ଲୀସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଲ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ପ୍ରଣବ ମୁଖାର୍ଜୀ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରାଇବା ସହ ସେଲଫ୍‌ ଆଇସୋଲେସନ୍ ରହିବାକୁ ପରାମର୍ଶ ଦେଇଥିଲେ।

Comments are closed.