Odisha Link
Bridging the Missing Links in Odisha

୧୪ ହଜାର ଫୁଟ ଉପରେ ସ୍ବାଧୀନତା ଦିବସ ପାଳନ କଲେ ଆଇଟିବିପି ଯବାନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସାରା ଭାରତ ଆଜି ପାଳନ କରୁଛି ୭୪ତମ ସ୍ବାଧୀନତା ଦିବସ। ଏହି ଅବସରରେ ଭାରତ-ତିବ୍ଦତୀୟ ସୀମା ପୁଲିସ(ଆଇଟିବିପି)ର ଯବାନମାନେ ଲଦାଖର ୧୪ ହଜାର ଫୁଟ ଉପରେ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ୧୪,୦୦୦ ଫୁଟ ଉପରେ ଥିବା ପାଙ୍ଗଙ୍ଗ ସୋ ହ୍ରଦ କୂଳରେ ସ୍ବାଧୀନତା ଦିବସ ଅବସରରେ ଆଇଟିବିପି ଯବାନଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇଛି।

ପତାକା ଉତ୍ତୋଳନ ସହ ଆଇଟିବିପି ଯବାନମାନେ ଗାଇଥିବା ଲୋକପ୍ରିୟ ଦେଶପ୍ରେମ ଗୀତର ଏକ ‘ମାସଅପ୍’କୁ ମଧ୍ୟ ରିଲିଜ୍ କରାଯାଇଛି। ଗତ ତିନି ମାସ ହେଲାଣି ଲଦାଖରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଚୀନ ସହ ଆଖି ମିଳାଇ ଲଢ଼ିଥିବା ଯବାନଙ୍କୁ ଗ୍ୟାଲେଣ୍ଟ୍ରି ପଦକ ଦେବା ପାଇଁ ଆଇଟିବିପି ୨୧ଜଣ ଯବାନଙ୍କ ନାମ ସୁପାରିଶ କରିଥିବା ଜଣାପଡ଼ିଛି।

ଆଜି ସାରା ଦେଶବାସୀ ଭିନ୍ନ ଉପାୟରେ ସ୍ବାଧୀନତା ଦିବସ ପାଳନ କରିଥିବା ଦେଖାଯାଇଛି। ଘରେ ସାମାଜିକ ଦୂରତା ଅବଲମ୍ବନ କରି ଲୋକେ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ବିଭିନ୍ନ ଅଫିସ କାର୍ଯ୍ୟାଳୟରେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରାଯାଇ ସ୍ବାଧୀନତା ଦିବସ ପାଳନ କରାଯାଇଛି।

Comments are closed.