Odisha Link
Bridging the Missing Links in Odisha

ଅଙ୍କିତାଙ୍କ ଫ୍ଲାଟ୍‌ର ଇଏମଆଇ ସୁଶାନ୍ତ ଭରୁଥିବା ଖବର ଉପରେ ଅଙ୍କିତାଙ୍କ ପ୍ରତିକ୍ରିୟା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଦିନକୁ ଦିନ ଆହୁରି ରହସ୍ୟମୟ ହେବାରେ ଲାଗିଛି। ତଦନ୍ତ ଯେତିକି ଯେତିକି ଆଗକୁ ବଢୁଛି ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି। ପୂର୍ବରୁ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଦାୟୀ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ସୁଶାନ୍ତ ତାଙ୍କ ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ଘରର ଇଏମଆଇ ଭରୁଥିବା ଖବରଚାରିଆଡେ ଚର୍ଚ୍ଚାକୁ ଆସିଛି। ଏହି ଖବରକୁ ନେଇ ଅଙ୍କିତାଙ୍କୁ ବହୁ ଟ୍ରୋଲ କରାଯାଇଥିଲା। ବର୍ତ୍ତମାନ ଅଙ୍କିତା ଏହି ଖବର ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଅଙ୍କିତା ତାଙ୍କ ଘର ପଞ୍ଜିକରଣର ଏକ କପି ଏବଂ ଆକାଉଣ୍ଟ୍ ବିବରଣୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ପଞ୍ଜିକରଣର ଏକ କପି ଏବଂ ଆକାଉଣ୍ଟ୍ ବିବରଣୀ ଇନଷ୍ଟାଗ୍ରାମରେ ସେୟାର କରି ଅଙ୍କିତା ଲେଖିଛନ୍ତି- ଏଠାରେ ମୁଁ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଉଛି। ଏହା ମୋର ଘର ପଞ୍ଜୀକରଣ ଏବଂ ମୋର ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟ (୦୧/୦୧/୧୯ ରୁ ୦୧/୦୩/୨୦) ମୁଁ ଇଏମଆଇ ଚାର୍ଜକୁ ମଧ୍ୟ ହାଇଲାଇଟ୍ କରିଛି ଯାହା ମୋ ଆକାଉଣ୍ଟରୁ ପ୍ରତି ମାସରେ କଟାଯାଇଥାଏ। ଏହା ବ୍ୟତୀତ ମୋର ଆଉ କିଛି କହିବାର ନାହିଁ।

Comments are closed.