Odisha Link
Bridging the Missing Links in Odisha

ଗ୍ୟାସ୍ ଫାଟି ଜଳିଗଲା ୬ ବଖରା

ଭଦ୍ରକ: ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ୬ ବଖରା ଘର। ଏଭଳି ଏକ ଅଭବନୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ବଙ୍ଗାଳି ସାହିରେ ଆଜି ସକାଳେ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି।

କୌଣସି କାରଣରୁ ଘରେ ଥିବା ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗି ଯାଇଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ଚାହୁଁ ଚାହୁଁ ୬ ବଖରା ଘର ଜଳି ଯାଇଥିଲା। ଘରେ ଥିବା ଟଙ୍କା, ପଇସା, ଧାନ ଓ ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି। ଏଥିସହ ଘରେ ଥିବା ନଗଦ ଲକ୍ଷାଧିକ ଟଙ୍କା ଓ ଗୁରୁତ୍ବପୂର୍ଣ୍ଣ ସାର୍ଟିଫିକେଟ୍ ଗୁଡିକ ଜଳିଯାଇଛି । ଖବର ପାଇ ଭଦ୍ରକରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Comments are closed.