Odisha Link
Bridging the Missing Links in Odisha

କରୋନା: ଦିନକରେ ରାଜ୍ୟରେ ୨୪୯୬ ପଜିଟିଭ ଚିହ୍ନଟ, ୯ ମୃତ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି। ପ୍ରତିଦିନ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ପୁଣି ରାଜ୍ୟରେ ୨୯ ଟି ଜିଲ୍ଲାରୁ ସର୍ବାଧିକ ରେକର୍ଡ ସଂଖ୍ୟକ ୨୪୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୫୯୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୦୫ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୭ ହଜାର ୧୨୬ କୁ ବୃଦ୍ଧି ପାଇଛି।

ଏଥିସହିତ ଆଉ ୯ ଜଣଙ୍କର ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ସମ୍ବଲପୁରରୁ ୪,କଟକ ରୁ ୨ ଗଞ୍ଜାମ, ନୟାଗଡ଼, କେଉଁଝରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩୩୩କୁ ବୃଦ୍ଧି ପାଇଛି । ରେକର୍ଡ଼ ଅନୁସାରେ ଗତ ୧୫ ଦିନରେ ୧୫୬ ଜୀବନ ନେଲାଣି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଓଡିଶାର ୨୯ ଟି ଜିଲ୍ଲାରୁ ୨୪୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୧୨, ବାଲେଶ୍ୱର ୧୬୫, ବରଗଡ଼ ୩୬, ଭଦ୍ରକ ୧୦୨, ବଲାଙ୍ଗୀର ୯୨, ବୌଦ୍ଧ ୧୧୫, କଟକ ୧୨୮ ,ଢେଙ୍କାନାଳ ୬୯, ଗଜପତି ୬୮, ଗଞ୍ଜାମ ୩୨୭, ଜଗତସିଂହପୁର ୧୪, ଯାଜପୁର ୧୧, ଝାରସୁଗୁଡା ୧୯, କଳାହାଣ୍ଡି ୪୨, କନ୍ଧମାଳ ୯୮, କେନ୍ଦ୍ରାପଡା ୧୩, କେନ୍ଦୁଝର ୫୧, ଖୋର୍ଦ୍ଧା ୩୭୮, କୋରାପୁଟ ୧୩୩, ମାଲକାନଗିରି ୭୩, ମୟୁରଭଞ୍ଜ ୨୩, ନବରଙ୍ଗପୁର ୧୧, ନୟାଗଡ଼ ୪,ନୂଆପଡା ୧୬, ପୁରୀ ୯୩, ରାୟଗଡା ୧୪୬, ସମ୍ବଲପୁର ୮୧ , ସୋନପୁର ୨୦, ସୁନ୍ଦରଗଡ ରୁ ୧୫୬ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୭,୧୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୬୭,୫୩୫ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୯ ହଜାର ୨୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.